ଦୈନିକ ଭାସ୍କର ଏବଂ ଭାରତ ସମାଚର ପ୍ରମୋଟରଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ
ଦେଶର ପ୍ରମୁଖ ଗଣମାଧ୍ୟମ ସଂଗଠନ ଦୈନିକ ଭାସ୍କର ଗ୍ରୁପ୍ର ମଧ୍ୟପ୍ରଦେଶର ଭୋପାଳର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ କରୁଛି । ଟିକସ ଫାଙ୍କିବା ଘଟଣାରେ ଏହି ଚଢାଉ କରାଯାଉଛି ।
ନୂଆଦିଲ୍ଲୀ : ଦେଶର ପ୍ରମୁଖ ଗଣମାଧ୍ୟମ ସଂଗଠନ ଦୈନିକ ଭାସ୍କର ଗ୍ରୁପ୍ର ମଧ୍ୟପ୍ରଦେଶର ଭୋପାଳର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ କରୁଛି । ଟିକସ ଫାଙ୍କିବା ଘଟଣାରେ ଏହି ଚଢାଉ କରାଯାଉଛି । ଆୟକର ବିଭାଗ ଦଳ ଦୈନିକ ଭାସ୍କର ଗ୍ରୁପର ପ୍ରମୋଟରଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରୁଛନ୍ତି ।

ସୂଚନାଯୋଗ୍ୟ ଯେ କରୋନା ଅବଧିରେ ଦୈନିକ ଭାସ୍କର ଗ୍ରୁପ୍ ଖୋଲାଖୋଲି ଭାବେ ସରକାରଙ୍କ ବିଫଳତା ବିଷୟରେ ଖବର ପ୍ରସାରଣ କରିଥିଲା । ଟୀକା, ଔଷଧ, ଅମ୍ଳଜାନ, ଡାକ୍ତରଖାନାର ଅବସ୍ଥା ସମ୍ପର୍କରେ ଦୈନିକ ଭାସ୍କରର ଦଳ ବ୍ୟାପକ ରିପୋର୍ଟ କରିଥିଲେ ।
Madhya Pradesh: Visuals from outside the office of Dainik Bhaskar Group in Bhopal
Income Tax Department is conducting searches on Dainik Bhaskar Group in connection with tax evasion case, at multiple locations, as per Sources pic.twitter.com/boH3xLGUUE
— ANI (@ANI) July 22, 2021
ଆୟକର ବିଭାଗର ଟିମ୍ କେବଳ ଦୈନିକ ଭାସ୍କର ନୁହେଁ ବରଂ ଭାରତ ସମାଚାର ଅଫିସରେ ମଧ୍ୟ ଚଢାଉ କରିଛନ୍ତି । ଲକ୍ଷ୍ନୌର ଭାରତ ସମାଚାରରେ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଛି । ଭାରତ ସମାଚାର ସମ୍ବାଦ ଚ୍ୟାନେଲର ପ୍ରମୋଟର ତଥା ସମ୍ପାଦକ ବ୍ରଜେଶ ମିଶ୍ରଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ଫୋନ୍ ଆୟକର ବିଭାଗ ଟିମ୍ ଜବତ କରିଛି । ସୂଚନାଯୋଗ୍ୟ ଯେ ଭାରତ ସମାଚାର ମଧ୍ୟ କରୋନା ସମୟରେ ଯୋଗୀ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ରିପୋର୍ଟିଂ କରିଥିଲା ।












Click it and Unblock the Notifications