ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର ଚଢାଉ, କର୍ମଚାରୀଙ୍କ ଫୋନ୍ ଜବତ
ଆୟକର ବିଭାଗ ବିବିସି ର ଦିଲ୍ଲୀ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ନିକଟରେ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ନେଇ ଚର୍ଚ୍ଚାକୁ ଆସିଥିଲା ବିବିସି ।

ନୂଆଦିଲ୍ଲୀ: ଆୟକର ବିଭାଗ ବିବିସି ର ଦିଲ୍ଲୀ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ନିକଟରେ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ନେଇ ଚର୍ଚ୍ଚାକୁ ଆସିଥିଲା ବିବିସି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) କାର୍ଯ୍ୟାଳୟରେ ଆଇଟି ଚଢାଉ ହୋଇଛି । ସୂଚନାନୁସାରେ, କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଛି । କର୍ମଚାରୀମାନଙ୍କୁ ଅଫିସ୍ ଛାଡି ଶୀଘ୍ର ଘରକୁ ଯିବାକୁ ମଧ୍ୟ କୁହାଯାଇଛି ।
କେଜି ମାର୍ଗରେ ଅବସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ ଜାରି ରହିଛି । ହା ସହିତ ଆୟକର ବିଭାଗର ଦିଲ୍ଲୀ ଟିମ୍ ମଧ୍ୟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ଅଞ୍ଚଳରେ ଥିବା ବିବିସି ପରିସର ଉପରେ ନଜର ରଖିଛି । ଆନ୍ତର୍ଜାତୀୟ ଟିକସ ଏବଂ ଟ୍ରାନ୍ସଫର ମୂଲ୍ୟରେ ଅନିୟମିତତା ଅଭିଯୋଗ ଉପରେ ଆୟକର ବିଭାଗ ବିବିସି ପରିସରରେ ଚଢାଉ କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ବିବିସି କାର୍ଯ୍ୟାଳୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି । ବିବିସି ଉପରେ ଆଇଟି ଚଢାଉ ଉପରେ କଂଗ୍ରେସ ଟ୍ୱିଟ୍ କରି କହିଛି, "ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଥିଲା, ଏହା ଉପରେ ପ୍ରତିବନ୍ଧକ ଲଗାଗଲା । ବର୍ତ୍ତମାନ ବିବିସି ଉପରେ ଆଇଟି ଚଢାଉ । ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ।"
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications