ଚଳଚ୍ଚିତ୍ର ନିର୍ମାତା ବିନୋଦ ଭାନୁଶାଲିଙ୍କ ଘରେ ଆୟକର ବିଭାଗ ଚଢାଉ
ମୁମ୍ବାଇ : ଟି-ସିରିଜ୍ ନିର୍ମାତା ବିନୋଦ ଭାନୁଶାଲିଙ୍କ ଘରେ ଆୟକର ବିଭାଗ ଟିମ୍ ଚଢାଉ କରିଛି । ବିନୋଦ ଭାନୁଶାଲିଙ୍କ ବ୍ୟତୀତ ଆୟକର ବିଭାଗ ଦଳ ଅନ୍ୟ କେତେକ ପ୍ରଡ୍ୟୁସରଙ୍କ ଘରେ ଚଢାଉ କରୁଛନ୍ତି ।
ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଟିମ୍ ମୁମ୍ବାଇରେ ଏହି ପ୍ରଡ୍ୟୁସରଙ୍କ ଘର ଉପରେ ଚଢାଉ କରୁଛି । ଏହା ପୂର୍ବରୁ ଫିଲ୍ମ ନିର୍ମାତା ଜୟନ୍ତୀଲାଲ ଗଡାଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା ।

ଆୟକର ବିଭାଗ ଦଳ ବିନୋଦ ଭାନୁଶାଲିଙ୍କ ଭାନୁଶାଲି ଷ୍ଟୁଡିଓ ଲିମିଟେଡ ଉପରେ ଚଢାଉ କରିଛି । ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ହିଟ୍ସ ମ୍ୟୁଜିକ୍ ଏବଂ ଭାନୁଶାଲିଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢାଉ କରୁଛି ।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରଡ୍ୟୁସର ବିନୋଦ ଭାନୁଶାଲି ଏବଂ ଅନ୍ୟ କେତେକ ପ୍ରଡକ୍ସନ ହାଉସ୍ ଉପରେ ଚଢାଉ ଜାରି ରହିଛି । ଏହି ଲୋକମାନେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି । ଜୟନ୍ତୀଲାଲ ଗଡାଙ୍କ ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି ।












Click it and Unblock the Notifications