ହ୍ୱାଟସ୍ ଆପ୍ ଡାଉନ୍ ବିଷୟରେ ମେଟା ଠାରୁ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର, ସାଇବର ଆକ୍ରମଣର ସନ୍ଦେହ !
ଭାରତ ସମେତ ବିଶ୍ୱର ଅନେକ ଦେଶରେ 25 ଅକ୍ଟୋବରରେ ମେଟା ମାଲିକାନା ହ୍ୱାଟସ୍ ଆପ୍ ପ୍ରାୟ 2 ଘଣ୍ଟା ପାଇଁ ଡାଉନ୍ ରହିଥିଲା । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ହ୍ୱାଟସ୍ ଆପ୍ ସର୍ଭର ଡାଉନ୍ ହେବା ନେଇ ମେଟା ଠାରୁ ଏକ ରିପୋର୍ଟ ମାଗିଛି ।
ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର ଅନେକ ଦେଶରେ 25 ଅକ୍ଟୋବରରେ ମେଟା ମାଲିକାନା ହ୍ୱାଟସ୍ ଆପ୍ ପ୍ରାୟ 2 ଘଣ୍ଟା ପାଇଁ ଡାଉନ୍ ରହିଥିଲା । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ହ୍ୱାଟସ୍ ଆପ୍ ସର୍ଭର ଡାଉନ୍ ହେବା ନେଇ ମେଟା ଠାରୁ ଏକ ରିପୋର୍ଟ ମାଗିଛି । ଏହି ବିଷୟରେ ପରିଚିତ ଅଧିକାରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର ମେଟାକୁ ଏହାର ମେସେଜିଂ ପ୍ଲାଟଫର୍ମର ତ୍ରୁଟି ସମ୍ପର୍କରେ ରିପୋର୍ଟ କରିବାକୁ କହିଛି ।

େଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ହ୍ୱାଟସ୍ ଆପ୍ କୁ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍ କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଏକ ନୋଡାଲ ଏଜେନ୍ସି । ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ସାଇବର ସୁରକ୍ଷା ଦିଗ ଉପରେ ଦୃଷ୍ଟି ରଖିଛି । କିଛି ସାଇବର ଆକ୍ରମଣ ହେତୁ ହ୍ୱାଟସ୍ ଆପ୍ ଡାଉନ୍ ହୋଇଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛି ।
ଅଧିକାରୀ ଜଣକ କହିଛନ୍ତି ଯେ ଯେତେବେଳେ ବି କୌଣସି ତ୍ରୁଟି ହୁଏ, ମନ୍ତ୍ରଣାଳୟ ସେହି ଘଟଣାରେ ସମ୍ପୃକ୍ତ କମ୍ପାନୀଠାରୁ ରିପୋର୍ଟ ମାଗିଥାଏ । ସେହି ଆଧାରରେ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ମେଟାକୁ କୁହାଯାଇଛି । ହ୍ୱାଟସ୍ ଆପ୍ ଡାଉ୍ ହେବା ନେଇ ମେଟା ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଆମ ତରଫରୁ ଯାନ୍ତ୍ରିକ ତ୍ରୁଟି ହେତୁ ଆପ୍ କିଛି ସମୟ ପାଇଁ ଡାଉନ୍ ହୋଇଯାଇଥିଲା ।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ଭାରତ ସମେତ ଅନେକ ଦେଶରେ ହ୍ୱାଟସ୍ ଆପ୍ ଡାଉନ୍ ରହିଥିଲା । ମଧ୍ୟାହ୍ନ ପ୍ରାୟ 12 ଟାରୁ ଲୋକମାନେ ହ୍ୱାଟସ୍ ଆପ୍ ମାଧ୍ୟମରେ ବାର୍ତ୍ତା ପଠାଇବାରେ କିମ୍ବା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।












Click it and Unblock the Notifications