Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିବ ISRO, ଆଜି ଉତକ୍ଷେପଣ କରିବ ଦେଶର ପ୍ରଥମ ବ୍ୟକ୍ତିଗତ ରକେଟ୍

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏକ ନୂଆ ଇତିହାସ ରଚିବାକୁ ପ୍ରସ୍ତୁତ ହୋଇଛି । ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଦେଶର ପ୍ରଥମ ରକେଟ୍ ଶୁକ୍ରବାର ଦିନ ଉତକ୍ଷେପଣ କରିବାକୁ ଯାଉଛି ।

ଶ୍ରୀହରିକୋଟା : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏକ ନୂଆ ଇତିହାସ ରଚିବାକୁ ପ୍ରସ୍ତୁତ ହୋଇଛି । ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଦେଶର ପ୍ରଥମ ରକେଟ୍ ଶୁକ୍ରବାର ଦିନ ଉତକ୍ଷେପଣ କରିବାକୁ ଯାଉଛି । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ରୁ ସକାଳ 11.30 ରେ ଉତକ୍ଷେପଣ ହେବ । ଏହି ରକେଟ୍ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୋଟ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ହୋଇଛି ।

ISRO

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗର କେନ୍ଦ୍ର ମନ୍ତ୍ରୀ (ସ୍ୱାଧୀନ) ଡ ଜିତେନ୍ଦ୍ର ସିଂହ କହିଛନ୍ତି, ''ISRO ଶୁକ୍ରବାର ଦିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ । ସ୍ୱାଧୀନ ଭାରତର 75 ବର୍ଷ ଅବସରରେ ଦେଶରେ ନିର୍ମିତ ପ୍ରଥମ ବ୍ୟକ୍ତିଗତ ରକେଟ୍ ଉତକ୍ଷେପଣ କରାଯିବ ।'' ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରେ ବିକ୍ରମ-ଏସ୍ ଉତକ୍ଷେପଣ ସମୟରେ ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ରହିବେ ।

କଣ ରହିଛି ବିଶେଷତା

  • ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍ (SAPL) ଦ୍ୱାରା ରକେଟ୍ ବିକ୍ରମ-ଏସ୍ (ଭି.କେ.ଏସ୍) ବିକଶିତ ହୋଇଛି ।
  • ଏହି ରକେଟ୍ ବିକ୍ରମ-ଏସ୍ ହେଉଛି ଏକ ପର୍ଯ୍ୟାୟ ସ୍ପିନ୍-ସ୍ଥିର ହୋଇଥିବା ପ୍ରାୟ 545 କିଲୋଗ୍ରାମ କଠିନ ପ୍ରୋପେଲାଣ୍ଟ ରକେଟ୍ ।
  • ଏହି ରକେଟ୍ ବିକ୍ରମ-ଏସ୍ ସର୍ବାଧିକ 101 କିଲୋମିଟର ଉଚ୍ଚରେ ପହଞ୍ଚି ସମୁଦ୍ରରେ ପଡ଼ିବ ।
  • ଲଞ୍ଚର ମୋଟ ଅବଧି ମାତ୍ର 300 ସେକେଣ୍ଡ ।
  • ISRO ସହିତ ନିଜର ରକେଟ୍ ଲଞ୍ଚ କରିବାରେ ସ୍କାଏରୁଟ୍ ହେଉଛି ପ୍ରଥମ ଷ୍ଟାର୍ଟଅପ୍ ।
  • ଦେଶର ପ୍ରଥମ ଘରୋଇ ରକେଟ୍ ଉତକ୍ଷେପଣ ବ୍ୟତୀତ ଏହା ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ମଧ୍ୟ ପ୍ରଥମ ମିଶନ୍ ଅଟେ । ଏହା ସମୁଦାୟ ତିନୋଟି ପେଲୋଡ୍ ମହାକାଶକୁ ନେଇଯିବ ।

ଆପଣଙ୍କୁ କହି ରଖୁଛୁ ପୂର୍ବରୁ ଏହି ରକେଟ୍ 15 ନଭେମ୍ବରରେ ଲଞ୍ଚ ହେବାରେ ଥିଲା । କିନ୍ତୁ ଖରାପ ପାଣିପାଗ ପୂର୍ବାନୁମାନ ହେତୁ ଏହାକୁ 18 ନଭେମ୍ବରରେ ଲଞ୍ଚ କରିବାକୁ ସ୍ଥିର କରାଯାଇଥିଲା । ସ୍କାଏରୁଟ୍ ଏରୋସ୍ପେସ୍ ର ଏହି ପ୍ରଥମ ମିଶନ୍ ନାମ "ପ୍ରାରମ୍ଭ" ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+