ଆସନ୍ତା ବୁଧବାର ସର୍ବବୃହତ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ଼ ବ୍ଲକ୍-୨ର ଉତ୍କ୍ଷେପଣ କରିବ ଇସ୍ରୋ
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ - ଇସ୍ରୋ ଆସନ୍ତା ବୁଧବାର ଦିନ ଏକ ଯୋଗାଯୋଗ ଉପଗ୍ରହ 'ବ୍ଲୁବାର୍ଡ଼ ବ୍ଲକ୍-ଟୁ'ର ଉଦ୍କ୍ଷେପଣ କରିବ । ଆମେରିକାର ଏ.ଏସ୍.ଟି. ସ୍ପେସ୍-ମୋବାଇଲ୍ର ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ LVM3-M6 ଦ୍ୱାରା ସ୍ଥାପିତ କରାଯିବ । ଏହା ସବୁଠାରୁ ବଡ଼ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ହେବ ।

ପରବର୍ତ୍ତୀ ପିଢ଼ିର ବ୍ଲୁବାର୍ଡ଼ ବ୍ଲକ୍-ଟୁ ଯୋଗାଯୋଗ ଉପଗ୍ରହର ଏକ ଅଂଶ, ଯାହା ମାନକ ମୋବାଇଲ୍ ସ୍ମାର୍ଟଫୋନ୍ଗୁଡ଼ିକୁ ସିଧାସଳଖ ମହାକାଶ ଆଧାରିତ ସେଲୁଲାର ବ୍ରଡ୍ବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବାପାଇଁ ଡିଜାଇନ୍ କରାଯାଇଛି । ଇସ୍ରୋଦ୍ୱାରା ବିକଶିତ ଲଞ୍ଚର୍ ମାର୍କ-ଥ୍ରୀ କିମ୍ବା LVM-3 ଏକ ତିନି ପର୍ଯ୍ୟାୟ ଲଞ୍ଚ୍ ଯାନ, ଯାହା ପୂର୍ବରୁ ଚନ୍ଦ୍ରଯାନ-୨ ଏବଂ ୩ ଏବଂ ୭୨ଟି ଉପଗ୍ରହ ବହନ କରିଥିବା ୨ଟି ୱାନ୍ୱେବ୍ ମିଶନ ଉତ୍କ୍ଷେପଣପାଇଁ ବ୍ୟବହୃତ ହୋଇଥିଲା । ଏହା ଗତମାସରେ କରାଯାଇଥିବା M5-CMS-03 ମିଶନକୁ ମଧ୍ୟ ସଫଳତାର ସହ ଶେଷ କରିଛି
More From
-
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ








Click it and Unblock the Notifications