ISRO କୁ ଆଉ ଏକ ସଫଳତା, OceanSat ସହିତ 9 ଉପଗ୍ରହର ସଫଳ ଉତକ୍ଷେପଣ, ସମୁଦ୍ର ଅଧ୍ୟୟନରେ ମିଳିବ ସାହାଯ୍ୟ
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶୁକ୍ରବାର ଏକ ବଡ଼ ସଫଳତା ପାଇଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଓସେନସାଟ -3 ସମେତ 9 ଟି ଉପଗ୍ରହ ଉତକ୍ଷେପଣ କରାଯାଇଛି । ଏ
ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶୁକ୍ରବାର ଏକ ବଡ଼ ସଫଳତା ପାଇଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଓସେନସାଟ -3 ସମେତ 9 ଟି ଉପଗ୍ରହ ଉତକ୍ଷେପଣ କରାଯାଇଛି । ଏଥିରେ ଭାରତର ଶକ୍ତିଶାଳୀ ରକେଟ୍ PSLV-XL ର ସହାୟତା ନିଆଯାଇଥିଲା । ISRO ଅନୁଯାୟୀ, ସେମାନେ ରିମୋଟ ସେନ୍ସିଂ ଉପଗ୍ରହ ସମେତ ମହାକାଶକୁ ଆଠଟି ନାନୋ ଉପଗ୍ରହ ପଠାଇଛନ୍ତି । ଯାହା ମାଧ୍ୟମରେ ପାଣିପାଗ, ଝଡ଼ ଇତ୍ୟାଦି ବିଷୟରେ ସଠିକ୍ ସୂଚନା ଉପଲବ୍ଧ ହେବ ।

ସ୍ପେସ୍ ଏଜେନ୍ସି ଅନୁଯାୟୀ, ନଭେମ୍ବର 26 ପୂର୍ବାହ୍ନ 11.56 ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହି ରକେଟ୍ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟ ସମ୍ପୂର୍ଣ୍ଣ ସଫଳ ରହିଛି । ଏହା ସାମୁଦ୍ରିକ ଅଧ୍ୟୟନ ଏବଂ ପାଣିପାଗ ସୂଚନା ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । ଏହାର ଏକ ଉପଗ୍ରହ ଭୁଟାନସାଟ INS-2B ମଧ୍ୟ ଅଛି । ଏହାକୁ ଭାରତ ଏବଂ ଭୁଟାନ ମିଳିତ ଭାବେ ବିକଶିତ କରିଥିଲେ । ISRO ଅନୁଯାୟୀ ଭୁଟାନସରେ ଅନେକ ସେନ୍ସିଂ କ୍ୟାମେରା ଲଗାଯାଇଛି, ଯାହା ଭୂମି ଉପରେ ନଜର ରଖିବା ପାଇଁ ଉପଯୋଗୀ ହେବ । ଏହାର ସାହାଯ୍ୟରେ ବ୍ରିଜ୍, ରାସ୍ତା ଇତ୍ୟାଦି ସମ୍ବନ୍ଧୀୟ କାର୍ଯ୍ୟ ସହଜରେ କରାଯାଇପାରିବ ।
ଅନ୍ୟପକ୍ଷରେ ଭୁଟାନ ଉପଗ୍ରହର ତଥ୍ୟକୁ ସେଠାରେ ଥିବା ବୈଜ୍ଞାନିକମାନେ ସିଧାସଳଖ ପାଇପାରିବେ । ଏଥିପାଇଁ ଭାରତ ସହାୟତାରେ ଭୁଟାନରେ ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଉଭୟ ଦେଶର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ ।
Oceansat-3 ବିଷୟରେ କହିବାକୁ ଗଲେ, ଏହା ଏକ 1000 କିଲୋଗ୍ରାମ ଓଜନର ଉପଗ୍ରହ । EOS-6 ଭାବରେ ମଧ୍ୟ ଜଣାଶୁଣା । ଏହା ସମୁଦ୍ର ପରିବର୍ତ୍ତନ, ତାପମାତ୍ରା, ପ୍ରଦୂଷଣ ଇତ୍ୟାଦି ବିଷୟରେ ସୂଚନା ଦେବ । ଏହା ମାଧ୍ୟମରେ ସାମୁଦ୍ରିକ ସୀମା ଉପରେ ମଧ୍ୟ ନଜର ରଖାଯାଇପାରିବ ।












Click it and Unblock the Notifications