ଇତିହାସ ରଚିଲା ISRO, ଉତକ୍ଷେପଣ କଲା ଦେଶର ପ୍ରଥମ ବ୍ୟକ୍ତିଗତ ରକେଟ୍
ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ (ଭି.କେ.ଏସ୍) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ସକାଳ 11.30 ରେ ଉତକ୍ଷେପଣ କରାଯାଇଛି । ମହାକାଶ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ହୋଇଥିବା ରକେଟ୍ 'ପ୍ରାରମ୍ଭ' ନାମରେ ନାମିତ ହୋଇଛି ।
ଶ୍ରୀହରି କୋଟା : ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) । ଶୁକ୍ରବାର ଦିନ ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଦେଶର ପ୍ରଥମ ରକେଟ୍ ଉତକ୍ଷେପଣ କରିଛି । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ (ଭି.କେ.ଏସ୍) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ସକାଳ 11.30 ରେ ଉତକ୍ଷେପଣ କରାଯାଇଛି । ମହାକାଶ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ହୋଇଥିବା ରକେଟ୍ 'ପ୍ରାରମ୍ଭ' ନାମରେ ନାମିତ ହୋଇଛି । ବିକ୍ରମ-ଏସ୍ ରକେଟ୍ ଭାରତର ବ୍ୟକ୍ତିଗତ ସ୍ପେସ୍ ଡୋମେନ୍ ରେ ଏକ ନୂତନ ଯୁଗର ଆରମ୍ଭ କରିଛି ।

INSPACe ର ଅଧ୍ୟକ୍ଷ ପୱନ କୁମାର ଗୋଏଙ୍କା କହିଛନ୍ତି, "ଭାରତର ଘରୋଇ କ୍ଷେତ୍ର ପାଇଁ ଏକ ନୂଆ ଆରମ୍ଭ । ଏହା ଏକ ଐତିହାସିକ ମୁହୂର୍ତ୍ତ । ମିଶନ୍ ପ୍ରାରମ୍ଭ - ସ୍କାଇରୁଟ୍ ଏରୋସ୍ପେସ୍ ର ଉତକ୍ଷେପଣର ସଫଳ ସମାପ୍ତି ଘୋଷଣା କରି ମୁଁ ଖୁସି ।
ଏହି ବିଶେଷ ଅବସରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ''ଏହା ଭାରତର ମହାକାଶ ଇକୋସିଷ୍ଟମର ବିକାଶ ତଥା ବିଶ୍ୱ ସମ୍ପ୍ରଦାୟରେ ଏକ ପ୍ରମୁଖ ଦେଶ ଭାବରେ ଉଭା ହେବା ଦିଗରେ ଏକ ବଡ ପଦକ୍ଷେପ । ଏହା ମଧ୍ୟ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ଏକ ପରିବର୍ତ୍ତନ ପାଲଟିଛି |''
କଣ ରହିଛି ବିଶେଷତା
ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍ (SAPL) ଦ୍ୱାରା ରକେଟ୍ ବିକ୍ରମ-ଏସ୍ (ଭି.କେ.ଏସ୍) ବିକଶିତ ହୋଇଛି ।
ଏହି ରକେଟ୍ ବିକ୍ରମ-ଏସ୍ ହେଉଛି ଏକ ପର୍ଯ୍ୟାୟ ସ୍ପିନ୍-ସ୍ଥିର ହୋଇଥିବା ପ୍ରାୟ 545 କିଲୋଗ୍ରାମ କଠିନ ପ୍ରୋପେଲାଣ୍ଟ ରକେଟ୍ ।
ଏହି ରକେଟ୍ ବିକ୍ରମ-ଏସ୍ ସର୍ବାଧିକ 101 କିଲୋମିଟର ଉଚ୍ଚରେ ପହଞ୍ଚି ସମୁଦ୍ରରେ ପଡ଼ିବ ।
ଲଞ୍ଚର ମୋଟ ଅବଧି ମାତ୍ର 300 ସେକେଣ୍ଡ ।
ISRO ସହିତ ନିଜର ରକେଟ୍ ଲଞ୍ଚ କରିବାରେ ସ୍କାଏରୁଟ୍ ହେଉଛି ପ୍ରଥମ ଷ୍ଟାର୍ଟଅପ୍ ।
ଦେଶର ପ୍ରଥମ ଘରୋଇ ରକେଟ୍ ଉତକ୍ଷେପଣ ବ୍ୟତୀତ ଏହା ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ମଧ୍ୟ ପ୍ରଥମ ମିଶନ୍ ଅଟେ । ଏହା ସମୁଦାୟ ତିନୋଟି ପେଲୋଡ୍ ମହାକାଶକୁ ନେଇଯିବ ।
ଆପଣଙ୍କୁ କହି ରଖୁଛୁ ପୂର୍ବରୁ ଏହି ରକେଟ୍ 15 ନଭେମ୍ବରରେ ଲଞ୍ଚ ହେବାରେ ଥିଲା । କିନ୍ତୁ ଖରାପ ପାଣିପାଗ ପୂର୍ବାନୁମାନ ହେତୁ ଏହାକୁ 18 ନଭେମ୍ବରରେ ଲଞ୍ଚ କରିବାକୁ ସ୍ଥିର କରାଯାଇଥିଲା । ସ୍କାଏରୁଟ୍ ଏରୋସ୍ପେସ୍ ର ଏହି ପ୍ରଥମ ମିଶନ୍ ନାମ "ପ୍ରାରମ୍ଭ" ରଖାଯାଇଥିଲା ।












Click it and Unblock the Notifications