Get Updates
Get notified of breaking news, exclusive insights, and must-see stories!

ହିଂସା ପ୍ରଭାବିତ ମଣିପୁରରେ ଜୁଲାଇ 10 ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ : ମଣିପୁରରେ ଚାଲିଥିବା ଜାତିଗତ ହିଂସା ମଧ୍ୟରେ ସରକାର ବୁଧବାର ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ତାରିଖକୁ ବଢାଇ ଦେଇଛନ୍ତି । ରାଜ୍ୟର ଅନେକ ଅଞ୍ଚଳ ହିଂସା ଦ୍ୱାରା ପ୍ରଭାବିତ ହେଉଥିବାରୁ ମଣିପୁରରେ ଇଣ୍ଟରନେଟ୍ ସେବା ଆସନ୍ତା ପାଞ୍ଚ ଦିନ ପାଇଁ ସ୍ଥଗିତ ରହିବ ।

ବୁଧବାର ଦିନ ଏକ ନିର୍ଦ୍ଦେଶ ଜାରି କରି ମଣିପୁର ସରକାର ରାଜ୍ୟରେ ଇଣ୍ଟରନେଟ୍ ସେବା ସ୍ଥଗିତାଦେଶକୁ ଜୁଲାଇ 10 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ କହି ରଖୁଛୁ, 3 ମେ ରୁ ହିଂସା ଘଟଣା ପରେ ହିଁ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।

manipur violence

ମଣିପୁର ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଜୀବନ ହାନି, ସରକାରୀ / ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଜନସାଧାରଣଙ୍କ ଶାନ୍ତି ପ୍ରତି ବ୍ୟାପକ ବିପଦ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ।

ମୋବାଇଲ୍ ଡାଟା, ରାଜ୍ୟରେ ବ୍ରଡବ୍ୟାଣ୍ଡ ସମେତ ଇଣ୍ଟରନେଟ୍ / ଡାଟା ସେବା ଉପରେ ପ୍ରତିବନ୍ଧକ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ତୁରନ୍ତ ପ୍ରଭାବ ସହିତ ଆସନ୍ତା ପାଞ୍ଚ ଦିନ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ । ଏହି ଆଦେଶ ଜୁଲାଇ 10 ରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।

ଏହା କୁହାଯାଇଛି ଯେ କିଛି ଅସାମାଜିକ ତତ୍ୱ ସୋସିଆଲ ମିଡିଆକୁ ଫଟୋଗ୍ରାଫ ସେୟାର, ହେଟ୍ ସ୍ପିଚ୍, ଏବଂ ଭିଡିଓ ବାର୍ତ୍ତା ସେୟାର କରି ଜନସାଧାରଣଙ୍କୁ ଉସୁକାଇବା ପାଇଁ ବ୍ୟବହାର କରିପାରନ୍ତି, ଯାହା ମଣିପୁରରେ ଆଇନ ଶୃଙ୍ଖଳା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

ଏହାପୂର୍ବରୁ ବୁଧବାର ଦିନ ମଣିପୁର ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ଖୋଲିଛି । ରାଜ୍ୟରେ ଜାତିଆଣ ହିଂସା ହେତୁ ଦୁଇ ମାସରୁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିଥିଲା । ବର୍ତ୍ତମାନ ସାଧାରଣ କ୍ଲାସ୍ ପୁଣି ଆରମ୍ଭ ହୋଇଛି ।

ସୂଚନାଥାଉକି, ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ଦାବିକୁ ବିରୋଧ କରିବା ପାଇଁ ଅଲ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିଅନ୍ (ଏଟିଏସୟୁ) ଦ୍ୱାରା ଆୟୋଜିତ ଏକ ରାଲିରେ ସଂଘର୍ଷ ପରେ ମେ 3 ରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା । ହିଂସା ପରେ ବହୁ ସଂଖ୍ୟକ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏହି ହିଂସାରେ 130 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+