Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚ 31 ଯାଏଁ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ବୃଦ୍ଧି

କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ନୂଆଦିଲ୍ଲୀ : କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ଏହି ପ୍ରସଙ୍ଗରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଦର୍ଶାଯାଇଛି ଯେ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କେନ୍ଦ୍ର 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

Flight

ଆନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ସଂସ୍ଥା ଦ୍ୱାରା ସ୍ୱତନ୍ତ୍ର ଭାବେ ଅନୁମୋଦିତ ବିମାନଗୁଡ଼ିକରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ପରିସ୍ଥିତି ଉପରେ ନିର୍ଭର କରି ମନୋନୀତ ରୁଟରେ ଉଡ଼ାଣ କରିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରନ୍ତି । ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ମାର୍ଚ୍ଚ ମାସରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଧୀରେ ଧୀରେ ଅନେକ କ୍ଷେତ୍ରରେ ପ୍ରତିବନ୍ଧକ ହଟାଇଥିଲେ । କିନ୍ତୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କୌଣସି କଟକଣା ହ୍ରାସ କରାଯାଇନାହିଁ । ଗତ ବର୍ଷ ଡିସେମ୍ବରରେ ୟୁରୋପୀୟ ଦେଶ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଯୋଗୁଁ କେନ୍ଦ୍ର ସରକାର ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଯଦିଓ ଏହାର କିଛି ସମୟ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା । ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ କହିଛି ଯେ କରୋନା ଭାଇରସ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଳବତ୍ତର ରହିବ । ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଯଦିଓ କରୋନା ସକ୍ରିୟ ଏବଂ ନୂତନ ମାମଲା ହ୍ରାସ ପାଇଛି, ତଥାପି ନିୟନ୍ତ୍ରଣ ଓ ସତର୍କ ରହିବା ଆବଶ୍ୟକ । ଏଥି ସହିତ ମନ୍ତ୍ରଣାଳୟ କରୋନା ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳକୁ ମଧ୍ୟ କହିଛି ।ମାର୍ଚ୍ଚ 31 ଯାଏଁ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ବୃଦ୍ଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ଏହି ପ୍ରସଙ୍ଗରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଦର୍ଶାଯାଇଛି ଯେ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କେନ୍ଦ୍ର 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଆନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ସଂସ୍ଥା ଦ୍ୱାରା ସ୍ୱତନ୍ତ୍ର ଭାବେ ଅନୁମୋଦିତ ବିମାନଗୁଡ଼ିକରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ପରିସ୍ଥିତି ଉପରେ ନିର୍ଭର କରି ମନୋନୀତ ରୁଟରେ ଉଡ଼ାଣ କରିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରନ୍ତି । ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ମାର୍ଚ୍ଚ ମାସରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଧୀରେ ଧୀରେ ଅନେକ କ୍ଷେତ୍ରରେ ପ୍ରତିବନ୍ଧକ ହଟାଇଥିଲେ । କିନ୍ତୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କୌଣସି କଟକଣା ହ୍ରାସ କରାଯାଇନାହିଁ । ଗତ ବର୍ଷ ଡିସେମ୍ବରରେ ୟୁରୋପୀୟ ଦେଶ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଯୋଗୁଁ କେନ୍ଦ୍ର ସରକାର ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଯଦିଓ ଏହାର କିଛି ସମୟ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା । ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ କହିଛି ଯେ କରୋନା ଭାଇରସ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଳବତ୍ତର ରହିବ । ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଯଦିଓ କରୋନା ସକ୍ରିୟ ଏବଂ ନୂତନ ମାମଲା ହ୍ରାସ ପାଇଛି, ତଥାପି ନିୟନ୍ତ୍ରଣ ଓ ସତର୍କ ରହିବା ଆବଶ୍ୟକ । ଏଥି ସହିତ ମନ୍ତ୍ରଣାଳୟ କରୋନା ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ତଥା କେନ୍ଦ୍ର ଅଞ୍ଚଳକୁ ମଧ୍ୟ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+