ଆଇଏସ୍ଆଇ ଟର୍ଗେଟରେ ଭାରତର ରେଳ ଧାରଣ, ସତର୍କ କରାଇଲା ଗୁଇନ୍ଦା ବିଭାଗ
ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଭାରତରେ ରେଳ ଧାରଣାକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଛି । ଏ ବିଷୟରେ ସୂଚନା ଦେଇ ଦେଶର ଗୁଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରି କରିଛନ୍ତି ।
ନୂଆଦିଲ୍ଲୀ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଭାରତରେ ରେଳ ଧାରଣାକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଛି । ଏ ବିଷୟରେ ସୂଚନା ଦେଇ ଦେଶର ଗୁଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରି କରିଛନ୍ତି । ଏଜେନ୍ସିଗୁଡିକ କହିଛି ଯେ ସ୍ଲିପର ସେଲ୍ ସହିତ ମିଳିତ ସହଯୋଗରେ ଆଇଏସଆଇ ପଞ୍ଜାବ ଏବଂ ଆଖପାଖ ରାଜ୍ୟର ରେଳ ଧାରଣାକୁ ଉଡ଼ାଇବାକୁ ଯୋଜନା କରୁଛି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍କୁ ଟାର୍ଗେଟ କରିବା ପାଇଁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଏକ ବଡ଼ ଷଡଯନ୍ତ୍ର ରଚିଛି ବୋଲି ଭାରତୀୟ ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛି । ବିଶେଷକରି ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍ ବିସ୍ଫୋରଣ କରିବାକୁ ଆଇଏସ୍ଆଇ ଅପରେଟିଭ୍ ଯୋଜନା କରିଛି ବୋଲି ଏଜେନ୍ସିମାନେ ସେମାନଙ୍କ ସତର୍କ ସୂଚନାରେ କହିଛନ୍ତି । ସେମାନଙ୍କର ଯୋଜନା ହେଉଛି ରେଳ ଧାରଣାକୁ ଏପରି ଭାବରେ ଉଡ଼ାଇବେ ଯେପରି ରେଳ ଗୁଡିକ ପରସ୍ପର ସହ ଧକ୍କା ହୋଇ ବଡ଼ ଧରଣର କ୍ଷତି ହେବ ।
ବହୁ ପରିମାଣରେ ରେଳ ଧାରଣାକୁ ଟାର୍ଗେଟ୍ କରିବା ପାଇଁ ଆଇଏସଆଇ ଭାରତରେ ଏହାର ଅପରେଟିଭମାନଙ୍କୁ ଅର୍ଥ ପ୍ରଦାନ କରୁଛି ବୋଲି ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ମଧ୍ୟ ସତର୍କ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟ କରିବା ପାଇଁ, ଭାରତରେ ଉପସ୍ଥିତ ଥିବା ପାକିସ୍ତାନର ସ୍ଲିପର ସେଲକୁ ମଧ୍ୟ ପାକିସ୍ତାନରୁ ବହୁ ପରିମାଣର ଅର୍ଥ ଯୋଗାଇ ଦିଆଯାଉଛି ।












Click it and Unblock the Notifications