ପୁଞ୍ଚରେ LoC ଦେଇ ଅନୁପ୍ରବେଶ ଉଦ୍ୟମ, ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ସେନା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି । LoC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଛି ଭାରତୀୟ ସେନା । ଶାହପୁର ସେକ୍ଟରରେ ଏହି ଅନୁପ୍ରବେଶ ଉଦ୍ୟମ କରିଥିଲେ ଆତଙ୍କବାଦୀ ।

ସେନା ୟୁନିଟ୍ ଏଠାରେ LoC ରେ ଜଗିଥିବା ବେଳେ କିଛି ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିଥିଲେ । ସେନା ଏହାକୁ ରୋକିବାକୁ ଚେଷ୍ଟା କରିବା ବେଳେ ଅନୁପ୍ରବେଶକାରୀ ଗୁଳି ଚାଳା କରିଥିଲେ । ଏହାର ପାଲଟା ଜବାବରେ ସେନା ମଧ୍ୟ ଗୁଳି ଚଳାଇଥିଲା ।

loc

ସେନା ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପରେ ଅଳ୍ପ ସମୟ ପରେ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଥିଲା । ଏହା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିଲା, ଯାହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

ସୂଚନାନୁସାରେ, ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଦୀର୍ଘ ସମୟ ଧରି ଚାଲିଥିଲା । କିନ୍ତୁ ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି । ଏହା ପରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+