Infantry Day : ଆଜିର ଦିନରେ ଆରମ୍ଭ ହୋଇଥିଲା ସ୍ୱାଧୀନ ଭାରତର ପ୍ରଥମ ସାମରିକ ଅପରେସନ୍
ଭାରତୀୟ ସେନା ପ୍ରତିବର୍ଷ 27 ଅକ୍ଟୋବରରେ Infantry Day ପାଳନ କରିଥାଏ । ଦେଶ ପାଇଁ ଲଢି କର୍ତ୍ତବ୍ୟ ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରତିବର୍ଷ ଆଜିର ଦିନକୁ Infantry Day ଭାବେ ପାଳନ କରାଯାଏ ।
Infantry Day 2022 : ଭାରତୀୟ ସେନା ପ୍ରତିବର୍ଷ 27 ଅକ୍ଟୋବରରେ Infantry Day ପାଳନ କରିଥାଏ । ଦେଶ ପାଇଁ ଲଢି କର୍ତ୍ତବ୍ୟ ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରତିବର୍ଷ ଆଜିର ଦିନକୁ Infantry Day ଭାବେ ପାଳନ କରାଯାଏ । ଚଳିତ ବର୍ଷ ଦେଶ 76 ତମ Infantry Day ପାଳନ କରୁଛି । ଏହି ଦିନକୁ ପାଳନ କରିବା ପାଇଁ ସୈନିକମାନେ ସମସ୍ତ ପ୍ରମୁଖ ଦିଗ, ୱେଲିଙ୍ଗଟନ୍ (ତାମିଲନାଡୁ), ଜାମ୍ମୁ (ଜାମ୍ମୁ ଓ କାଶ୍ମୀର), ଶିଲଙ୍ଗ (ମେଘାଳୟ) ଏବଂ ଅହମ୍ମଦାବାଦ (ଗୁଜୁରାଟ) ରୁ ଏକକାଳୀନ ଚାରିଟି ବାଇକ୍ ରାଲିର ଆୟୋଜନ କରିଛନ୍ତି । ଅକ୍ଟୋବର 16 ରେ ଏହି ରାଲି ଆରମ୍ଭ ହୋଇଥିଲା ଏବଂ ଏହା ଏକ ଦେଶବ୍ୟାପୀ ଯାତ୍ରା କରି ଜାତୀୟ ଯୁଦ୍ଧ ମେମୋରିଆଲରେ ଶେଷ ହେବ ।

କଣ ରହିଛି ଏହାର ଉଦ୍ଦେଶ୍ୟ
- 27 ଅକ୍ଟୋବର 1947 ରେ ଏହି ଦିନ ସ୍ୱାଧୀନ ଭାରତର ପ୍ରଥମ ସାମରିକ ଅପରେସନ୍ ହୋଇଥିଲା । ଏହି ଦିନ ଭାରତୀୟ ସେନା ପ୍ରଥମେ କାଶ୍ମୀରକୁ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରିଥିଲା ।
- ସ୍ୱାଧୀନତା ପରେ ପାକିସ୍ତାନ କାଶ୍ମୀରକୁ କବଜା କରିବାକୁ ଯୋଜନା କରିଥିଲା । 22 ଅକ୍ଟୋବର 1947 ରେ ପାକିସ୍ତାନ 5000 ଆଦିବାସୀଙ୍କୁ କାଶ୍ମୀରରେ ଅନୁପ୍ରବେଶ କରାଇ ଏହାକୁ କବଜା କରିବାକୁ ପଠାଇଥିଲା । ପାକିସ୍ତାନର ନିୟମିତ ସୈନିକମାନେ 22 ଅକ୍ଟୋବରରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ (NWFP) ରେ ଆଦିବାସୀ ତଥା ସ୍ୱେଚ୍ଛାସେବୀ ବେଶରେ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିଥିଲେ । ଏହି ଗୋଷ୍ଠୀର ଉଦ୍ଦେଶ୍ୟ ଥିଲା ରାଜ୍ୟକୁ ଜବରଦଖଲ କରିବା ଏବଂ ଏହାକୁ ପାକିସ୍ତାନ ସହିତ ଯୋଡ଼ିବା ।
- ତା'ପରେ ଜାମ୍ମୁ କାଶ୍ମୀରର ମହାରାଜା ହରି ସିଂହ ଭାରତ ସରକାରଙ୍କ ସାହାଯ୍ୟ ଲୋଡିଥିଲେ । ଏହା ପରେ ଜାମ୍ମୁ କାଶ୍ମୀରର ମହାରାଜା ହରି ସିଂହଙ୍କ ଦ୍ୱାରା ବିଲୟ ଦସ୍ତାବିଜ୍ ରେ ସ୍ୱାକ୍ଷର କରିବା ପରେ 26 ଅକ୍ଟୋବର 1947 ରେ ଏହି ଅଞ୍ଚଳ ଭାରତୀୟ ପ୍ରାଧାନ୍ୟର ଏକ ଅଂଶ ହୋଇଗଲା ।
- ଏହା ପରେ ଶିଖ ରେଜିମେଣ୍ଟର ପ୍ରଥମ ବାଟାଲିୟନ ପାକିସ୍ତାନୀ ଆକ୍ରମଣକାରୀଙ୍କ ବିରୋଧରେ ଲଢିବା ପାଇଁ ଶ୍ରୀନଗର ଏୟାରବେସରେ ପହଞ୍ଚିଥିଲା । ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେୱାନ ରଞ୍ଜିତ ରାୟଙ୍କ ନିର୍ଦ୍ଦେଶରେ ପ୍ରଥମ ଭାରତୀୟ ବାଟାଲିୟନକୁ 26 ଅକ୍ଟୋବର ରାତିରେ ସୂଚନା ଦିଆଯାଇଥିଲା । ଏହା ପରେ ସେ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା କଲେ ।
- 27 ଅକ୍ଟୋବର, 1947 ରେ ଭାରତୀୟ ସ୍ଥଳସେନା କାଶ୍ମୀରକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରିଥିଲେ । ଏହି ସମୟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେୱାନ ରଞ୍ଜିତ ରାୟ ବାରାମୁଲ୍ଲା ନିକଟରେ ଶହୀଦ ହୋଇଥିଲେ । ତାଙ୍କର ସାହସିକତା ପାଇଁ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାହସିକତା ପୁରସ୍କାର, ମହାବୀର ଚକ୍ର ରେ ସମ୍ମାନିତ କରାଯାଇଥିଲା ।












Click it and Unblock the Notifications