ବଜାଜ ଅଟୋ ର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜଙ୍କ ନିଧନ, କର୍କଟ ରୋଗରେ ଥିଲେ ପୀଡ଼ିତ

ପଦ୍ମ ଭୂଷଣରେ ପୁରସ୍କୃତ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ଦେହାନ୍ତ ହୋଇଛି । ବଜାଜ ଅଟୋର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜ 83 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପୁଣେ : ପଦ୍ମ ଭୂଷଣରେ ପୁରସ୍କୃତ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ଦେହାନ୍ତ ହୋଇଛି । ବଜାଜ ଅଟୋର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜ 83 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନାନୁସାରେ, ରାହୁଲ ବଜାଜ ଗତ କିଛି ବର୍ଷ ଧରି କର୍କଟ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ । ଅପରାହ୍ନ 2.30 ରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

raul bajaj

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବଜାଜ ଗ୍ରୁପ୍ ଏକ ବିବୃତ୍ତିରେ କହିଛନ୍ତି, 'ବଡ଼ ଦୁଃଖର ସହ ଏହି ସୂଚନା ଦିଆଯାଉଛି । ରୂପା ବଜାଜଙ୍କ ସ୍ୱାମୀ ଏବଂ ରାଜୀବ / ଦୀପା, ସଞ୍ଜୀବ / ଶେଫାଲୀ ଏବଂ ସୁନୈନା / ମନୀଷଙ୍କ ପିତା ରାହୁଲ ବଜାଜଙ୍କ ଶନିବାର ଅପରାହ୍ନରେ ଦେହାନ୍ତ ହୋଇଛି ।'

ରାହୁଲ ବଜାଜଙ୍କର ନିମୋନିଆ ଥିଲା ଏବଂ ହୃଦଜନିତ ସମସ୍ୟା ମଧ୍ୟ ଥିଲା । ରୁବି ହଲ୍ କ୍ଲିନିକ୍ ଚେୟାରମ୍ୟାନ୍ ଡକ୍ଟର ପରଭେଜ୍ ଗ୍ରାଣ୍ଟ କହିଛନ୍ତି ଯେ ପୁଣେର ରୁବି ହଲ୍ କ୍ଲିନିକରେ ଶିଳ୍ପପତି ରାହୁଲ ବଜାଜଙ୍କ ଦେହାନ୍ତ ହୋଇଛି । ଗତ ଏକ ମାସ ଧରି ସେ ହାର୍ଟ ଏବଂ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ରବିବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଆପଣଙ୍କୁ କହିରଖୁଛୁ ଯେ ରାହୁଲ ବଜାଜ, 10 ଜୁନ୍ 1938 ରେ ଜନ୍ମ ହୋଇଥିଲେ, ସେ 40 ବର୍ଷରୁ ଅଧିକ ସମୟ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । ରାହୁଲ ବଜାଜ ଗତ ବର୍ଷ ଅପ୍ରେଲରେ ବଜାଜ ଅଟୋ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ 2001 ମସିହାରେ ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ବଜାଜ ମଧ୍ୟ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଶିଳ୍ପପତି ରାହୁଲ ବଜାଜଙ୍କ ଶେଷ ରୀତିନୀତିକୁ ପୂର୍ଣ୍ଣ ରାଜକୀୟ ସମ୍ମାନ ସହ କରିବାକୁ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+