ଗୋଗ୍ରା ହଟ୍ ସ୍ପ୍ରିଙ୍ଗସରୁ ସେପ୍ଟେମ୍ବର 12 ସୁଦ୍ଧା ହଟିବ ଚୀନ୍ ସେନା
ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ଏଥିରେ ସହମତି ପ୍ରକାଶ ପାଇଛି । ସେପ୍ଟେମ୍ବର 8 ରୁ ଆରମ୍ଭ ହୋଇଥିବା ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସେପ୍ଟେମ୍ବର 12 ସୁଦ୍ଧା ଶେଷ ହେବ ।
ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଲାଗି ରହିଥିବା ବିବାଦର ସମାଧାନ ହେବାକୁ ଯାଉଛି । ବିବାଦର ପ୍ରମୁଖ ସ୍ଥାନ ପାଲଟିଥିବା ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ବିଷୟରେ ଗୁରୁବାର ଦିନ ଏକ ଖୁସି ଖବର ଆସିଥିଲା ଯେତେବେଳେ ସେନା କହିଥିଲା ଯେ ଉଭୟ ଦେଶ ଏହି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ଏଥିରେ ସହମତି ପ୍ରକାଶ ପାଇଛି । ସେପ୍ଟେମ୍ବର 8 ରୁ ଆରମ୍ଭ ହୋଇଥିବା ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସେପ୍ଟେମ୍ବର 12 ସୁଦ୍ଧା ଶେଷ ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି ।

ଗୁରୁବାର ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଲଦାଖର ଗୋଗ୍ରା ହଟପ୍ରିଙ୍ଗ୍ସର ପାଟ୍ରୋଲିଂ ପଏଣ୍ଟ 15 (ପିପି 15) ରୁ ଉଭୟ ଦେଶ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚୀନ୍ ମଧ୍ୟ ଏହା ନିଶ୍ଚିତ କରିଛି । ଏହି ପ୍ରକ୍ରିୟା ସମ୍ପର୍କରେ ଏକ ବିବୃତ୍ତିରେ 9 ସେପ୍ଟେମ୍ବରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ବିବୃତ୍ତି ଅନୁଯାୟୀ, ଉଭୟ ଦେଶର କର୍ପସ କମାଣ୍ଡର ସ୍ତରର ବୈଠକ 17 ଜୁଲାଇ 2022 ରେ ଚୁସୁଲ ମୋଲଡୋ ସେକ୍ଟରରେ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ଆଲୋଚନାରେ ସହମତ ହୋଇଥିବା ଲକ୍ଷ୍ୟ ହାସଲ କରିବାକୁ ଉଭୟ ପକ୍ଷ ପରସ୍ପର ସହ ନିରନ୍ତର ଯୋଗାଯୋଗରେ ରହିଆସିଛନ୍ତି ।
ଫଳସ୍ୱରୂପ, ଉଭୟ ପକ୍ଷ ବର୍ତ୍ତମାନ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ସର pp 15 ରୁ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ସମ୍ମତି ଆଧାରରେ, ଏହି ଅଞ୍ଚଳରୁ ପ୍ରତ୍ୟାହାର ପ୍ରକ୍ରିୟା 8 ସେପ୍ଟେମ୍ବର 2022 ରେ ସକାଳ 8.30 ରୁ ଆରମ୍ଭ ହୋଇଥିଲା ଏବଂ 12 ସେପ୍ଟେମ୍ବରରେ ଶେଷ ହେବ ।
ଏହି ବିବୃତ୍ତିରେ କୁହାଯାଇଛି ଯେ ଏହି ଅଞ୍ଚଳରେ ଉଭୟ ପକ୍ଷ ଦ୍ୱାରା କରାଯାଇଥିବା ସମସ୍ତ ଅସ୍ଥାୟୀ ନିର୍ମାଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣଗୁଡିକ ଭାଙ୍ଗି ଦିଆଯିବ ଯାହା ପରସ୍ପର ଦ୍ୱାରା ଅନୁମୋଦନ ହେବ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications