ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀ ଅବତରଣ
ଲକ୍ଷ୍ନୌ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦର ରେ 12.30 ରେ ବିମାନ ଉଡ଼ାଣ ଭରିବା ପରେ ଏହାକୁ ଆଇସୋଲେସନ୍ ସ୍ଥାନକୁ ନିଆଯାଇଥିଲା । ସୁରକ୍ଷା ବିପଦ ଜାଣିବା ପାଇଁ ବିମାନବନ୍ଦରକୁ ସ୍କ୍ରିନ କରାଯାଇଥିଲା ।

ନୂଆଦିଲ୍ଲୀ: ଦିଲ୍ଲୀରୁ ଦେଓଗଡ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ସୂଚନା ମିଳିଛି । ଏହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିମାନକୁ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଏହା ପରେ ତଦନ୍ତ ଜାରି ରହିଛି ।
ଲକ୍ଷ୍ନୌ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦର ରେ 12.30 ରେ ବିମାନ ଉଡ଼ାଣ ଭରିବା ପରେ ଏହାକୁ ଆଇସୋଲେସନ୍ ସ୍ଥାନକୁ ନିଆଯାଇଥିଲା । ସୁରକ୍ଷା ବିପଦ ଜାଣିବା ପାଇଁ ବିମାନବନ୍ଦରକୁ ସ୍କ୍ରିନ କରାଯାଇଥିଲା । କିନ୍ତୁ ବୋମା ଥିବା ନେଇ ମିଳିଥିବା ଧମକ ମିଛ ବୋଲି ଜଣାପଡ଼ିଥିଲା । ଯାଞ୍ଚ ଶେଷ ହେବା ପରେ ବିମାନଟି ପୁଣି ଦେଓଘର ଅଭିମୁଖେ ଉଡ଼ାଣ ଭରିଥିଲା ।
ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବୋମା ଧମକ ପରେ ଦିଲ୍ଲୀରୁ ଦେଓଗଡକୁ ଯାଉଥିବା ଇଣ୍ଡିଗୋ ବିମାନ 6E 6191 କୁ ଲକ୍ଷ୍ନୌ ବିମାନ ବନ୍ଦରକୁ ପଠାଯାଇଛି । ସମସ୍ତ ଆବଶ୍ୟକୀୟ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରାଯାଇଥିଲା ଏବଂ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଥିଲା ।
ଅନୁସନ୍ଧାନରେ ଏହା ସୁରକ୍ଷା ଏଜେନ୍ସି ସହ ସହଯୋଗ କରୁଛି ବୋଲି ଏୟାରଲାଇନ୍ସ କହିଛି । ଇଣ୍ଡିଗୋ ଅଧିକାରୀ କହିଛନ୍ତି ଯେ ଟେକ୍ ଅଫ୍ ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଇଥିଲା ।












Click it and Unblock the Notifications