ବର୍ଷରେ 23700 କୋଟି ଦାନ ଦେଇଛନ୍ତି ଭାରତୀୟ, ଧାର୍ମିକ ସଂଗଠନକୁ ସର୍ବାଧିକ ଦାନ

ଅକ୍ଟୋବର 2020 ରୁ ସେପ୍ଟେମ୍ବର 2021 ମଧ୍ୟରେ ଭାରତୀୟମାନେ ମୋଟ 23700 କୋଟି ଟଙ୍କା ଦାନ କରିଛନ୍ତି । ଏଥିମଧ୍ୟରୁ ଲୋକମାନେ ଧାର୍ମିକ ସଂଗଠନକୁ ସର୍ବାଧିକ ଦାନ ଦେଇଛନ୍ତି ।

ନୂଆଦିଲ୍ଲୀ : ଦାନ ସହ ଜଡିତ ଏକ ବଡ ତଥ୍ୟ ଦେଶରେ ସାମ୍ନାକୁ ଆସିଛି । ଅକ୍ଟୋବର 2020 ରୁ ସେପ୍ଟେମ୍ବର 2021 ମଧ୍ୟରେ ଭାରତୀୟମାନେ ମୋଟ 23700 କୋଟି ଟଙ୍କା ଦାନ କରିଛନ୍ତି । ଏଥିମଧ୍ୟରୁ ଲୋକମାନେ ଧାର୍ମିକ ସଂଗଠନକୁ ସର୍ବାଧିକ ଦାନ ଦେଇଛନ୍ତି । ସର୍ବଶେଷ ଅଧ୍ୟୟନ ଅନୁଯାୟୀ, 64 ପ୍ରତିଶତ ଦାନ ଧାର୍ମିକ ସଂଗଠନକୁ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକାଂଶ ଦାନ ସ୍ୱଳ୍ପ ଆୟ କିମ୍ବା ମଧ୍ୟବିତ୍ତ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଛି ।

donation

ଏହି ଅଧ୍ୟୟନ ସେଣ୍ଟର ଫର୍ ସୋଶାଲ ଇମ୍ପାକ୍ଟ ଆଣ୍ଡ ଫିଲାନ୍ଥ୍ରୋପି ଦ୍ୱାରା କରାଯାଇଛି, ଯାହାର ନାମ ରହିଛି How India Gives 2020-21 । ଏହି ଅଧ୍ୟୟନରେ ଭାରତରେ ଦାନ ଦେଉଥିବା ତଥ୍ୟ ସଂଗ୍ରହ କରାଯାଇଛି । ରିପୋର୍ଟ ଅନୁଯାୟୀ, ସହରାଞ୍ଚଳରେ ଦାନର ପରିମାଣ ଅଧିକ ଥିଲା, କିନ୍ତୁ ସର୍ବାଧିକ ଦାତା ହେଉଛନ୍ତି ଗ୍ରାମାଞ୍ଚଳରେ ରହୁଥିବା ଲୋକ । ଅଧିକାଂଶ ଭାରତୀୟ ନଗଦ ମାଧ୍ୟମରେ ଦାନ ଦେଉଛନ୍ତି ।

ଭିକାରୀଙ୍କୁ 2900 କୋଟିର ଦାନ

ଲୋକମାନେ ଭାରତରେ ଦାନ ପାଇଁ ପ୍ରାୟତଃ ଭିକାରୀଙ୍କୁ ଚୟନ କରିଥାନ୍ତି, ସେମାନଙ୍କୁ ମୋଟ 2900 କୋଟି ଟଙ୍କା ଦାନ ଦିଆଯାଇଛି । ଏହା ମୋଟ ଦାନର 12 ପ୍ରତିଶତ ଅଟେ । ଏହା ପରେ ପରିବାର ଏବଂ ବନ୍ଧୁମାନଙ୍କୁ 2000 କୋଟି ଟଙ୍କା ଦାନ ଦିଆଯାଇଛି । ଏହି ସମୟରେ, ଘରେ କାମ କରୁଥିବା କର୍ମଚାରୀଙ୍କୁ 1000 କୋଟି ଟଙ୍କା ପ୍ରଦାନ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହି ସର୍ଭେରେ କୁହାଯାଇଛି ଯେ ପୁରୁଷମାନେ ଧାର୍ମିକ ସଂଗଠନ, ପରିବାର, ବନ୍ଧୁମାନଙ୍କୁ ଦାନ କରିବାକୁ ପସନ୍ଦ କରନ୍ତି । ଯେଉଁଠାରେ ମହିଳାମାନେ ଭିକାରୀ ଏବଂ ଘରେ କାମ କରୁଥଇବା କର୍ମଚାରୀଙ୍କୁ ଦାନ କରିବାକୁ ପସନ୍ଦ କରନ୍ତି ।

ପୂର୍ବ ଭାରତୀୟମାନେ ଭାରତରେ ସର୍ବାଧିକ ଦାନ କରିଛନ୍ତି, ଏହା ପରେ ରହିଛନ୍ତି ଉତ୍ତର ଭାରତୀୟମାନେ । ଅଣ ଧାର୍ମିକ ସଂଗଠନକୁ ଦିଆଯାଇଥିବା ଅଧିକାଂଶ ଦାନରେ ଏନଜିଓ, ଟ୍ରଷ୍ଟ, ଫାଉଣ୍ଡେସନ ଏବଂ ସ୍କୁଲ ରହିଛି । ଏହା ପରେ ଅଧିକାଂଶ ଲୋକ ପିଏମ କେୟାର ଫଣ୍ଡ, ସିଏମ କେୟାର ଫଣ୍ଡକୁ ଦାନ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+