For Quick Alerts
Turn On Notification  
For Daily Alerts
Oneindia App Download

ଆଶ୍ୱସ୍ତିଜନକ ରହିଛି କରୋନା ଦୈନିକ ମାମଲା, ତିନି ଦିନ ଧରି ତିନି ଶହ ତଳେ କରୋନା ସଂକ୍ରମିତ ସଂଖ୍ୟା

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 277 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 401 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 4 ହଜାର 855 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

|

ନୂଆଦିଲ୍ଲୀ : କମୁଛି କରୋନା ଦୈନିକ ମାମଲା । ଏହା ସହିତ ଆଶ୍ୱସ୍ତିକର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ଗତ ତିନି ଦିନ ଧରି କରୋନା ଦୈନିକ ମାମଲା ତିନି ଶହ ତଳେ ରହି ଆସୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 277 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 401 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 4 ହଜାର 855 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହା ବ୍ୟତୀତ ଏହି ସମୟରେ ମୋଟ 3 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

corona virus

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 72 ହଜାର 347 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 36 ହଜାର 872 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 620 ରୋଗୀ ପ୍ରାଣ ହରାଇଛନ୍ତି ।

ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ମୋଟ 219 କୋଟି 92 ଲକ୍ଷ 10 ହଜାର 082 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 64 ହଜାର 240 ଡୋଜ୍ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indian Witnessed 277 VFresh Covid Cases In Last 24 Hours, 3 patients Deceased
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X