କିଛି ଦିନ ମଧ୍ୟରେ ଭାରତୀୟମାନେ ପାଇବେ କରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ଆସନ୍ତା କିଛି ଦିନ ମଧ୍ୟରେ ନିକଟ ଭବିଷ୍ୟତରେ ଆମେ ଆମ ଦେଶବାସୀଙ୍କୁ ଏହି ଟିକା ଦେବାରେ ସକ୍ଷମ ହେବା । ପ୍ରଥମେ ଆମର ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ଏହି ଟିକା ଦିଆଯିବ ।

ଚେନ୍ନାଇ : କରୋନା ଟିକା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥିବା ବୈଜ୍ଞାନିକ ଏବଂ ଡାକ୍ତରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର ଦିନ ପ୍ରଶଂସା କରିଛନ୍ତି ଏବଂ ଆସନ୍ତା କିଛି ଦିନ ମଧ୍ୟରେ ଦେଶର ଲୋକଙ୍କୁ ଏହି ଟିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ସାଧାରଣ ଡାକ୍ତରଖାନାରେ ଆଜି ଜାରି ରହିଥିବା ପ୍ରାକ୍-ଟୀକାକରଣ ପ୍ରକ୍ରିୟାର ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ପରିଦର୍ଶନ କରିବା ସମୟରେ ସେ ଏହି ସୂଚନା ଦେଇଛନ୍ତି ।

Harsh-Vardhan

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡ଼ ହର୍ଷ ବର୍ଦ୍ଧନ କହିଛନ୍ତି, "ଅଳ୍ପ ସମୟ ମଧ୍ୟରେ ଟିକା ବିକଶିତ କରି ଭାରତ ଭଲ ପ୍ରଦର୍ଶନ କରିଛି । ଆସନ୍ତା କିଛି ଦିନ ମଧ୍ୟରେ ନିକଟ ଭବିଷ୍ୟତରେ ଆମେ ଆମ ଦେଶବାସୀଙ୍କୁ ଏହି ଟିକା ଦେବାରେ ସକ୍ଷମ ହେବା । ପ୍ରଥମେ ଆମର ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ଏହି ଟିକା ଦିଆଯିବ ।" କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ସି ବିଜୟଭାସ୍କର ମଧ୍ୟ ଉପସ୍ଥିତ ଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ନିଶ୍ଚିତ କରିଛୁ ଯେ ଜାତୀୟ ସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ସବିଶେଷ ତଥ୍ୟ ଲୋକଙ୍କୁ ଜଣାଯାଉଛି । ଟୀକାକରଣ ନେଇ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ତାଲିମ ପାଇଛନ୍ତି ଏବଂ ଏଥିନେଇ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ।" ଡିସେମ୍ବର 28-29 ରେ ଆଠଟି ଜିଲ୍ଲାରେ ପ୍ରାତ୍-ଟୀକାକରଣ ପ୍ରକ୍ରିୟା କରାଯାଇଥିଲା ଏବଂ ପରେ ଜାନୁଆରୀ 2 ରେ ଦେଶବ୍ୟାପୀ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିସହିତ ସେ କହିଛନ୍ତି, "ଜାନୁୟାରୀ 2 ରେ ଆମେ ଦେଶର ପ୍ରାୟ 125 ଟି ଜିଲ୍ଲାରେ ଡ୍ରାଏ ରନ୍ କରାଯାଇଥିଲା ଏବଂ ଆଜି ପୂର୍ବରୁ ହଇସାରିଥିବା ତିନୋଟି ରାଜ୍ୟ ବ୍ୟତୀତ ସମସ୍ତ ରାଜ୍ୟରେ ଏହି ପ୍ରକ୍ରିୟା କରାଯାଉଛି ।"

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଅରୁଣାଚଳ ପ୍ରଦେଶ ଆଜିର ଏହି ପ୍ରାକ୍ ଟୀକାକରାଣ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଏହି ରାଜ୍ୟଗୁଡ଼ିକ ପୂର୍ବରୁ ସମସ୍ତ ଜିଲ୍ଲାମାନଙ୍କରେ ଡ୍ରାଏ ରନ୍ ଟେଷ୍ଟ କରିସାରିଛନ୍ତି ।

ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟୀକାକରଣର ସୁପରିଚାଳନାରେ ସାହାଯ୍ୟ କରିବା ସହ ହିତାଧିକାରୀଙ୍କୁ ସହାୟକ ହେବା ନେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନଜିଓ ମାନଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜାନୁଆରୀ 17 ତାରିଖରୁ ଦେଶରେ ପୋଲିଓ ନିରାକଣ ପାଇଁ ତିନି ଦିନିଆ ପୋଲିଓ ଟୀକାକରଣ କରାଯିବ । ପୋଲିଓ ନିରାକରଣ ପାଇଁ ଦେଶର ସମସ୍ତ ନାଗରିକଙ୍କର ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+