ରାମ ଭକ୍ତମାନଙ୍କୁ ରେଳବାଇର ଉପହାର, ଘୋଷଣା କଲା 'ରାମାୟଣ ଯାତ୍ରା' ପ୍ୟାକେଜ୍, ଜାଣନ୍ତୁ କେତେ ରହିଛି ଭଡ଼ା
ଭାରତୀୟ ରେଳ ରାମ ଭକ୍ତଙ୍କ ପାଇଁ ଏକ ନିଆରା ଉପହାର ଆଣିଛି । ଭାରତୀୟ ରେଳବାଇ 'ଶ୍ରୀ ରାମାୟଣ ଯାତ୍ରା' ପ୍ୟାକେଜ୍ ଘୋଷଣା କରିଛି । ଯାହା ମାଧ୍ୟମରେ ଯାତ୍ରୀମାନେ ବର୍ତ୍ତମାନ ଅତି କମ୍ ଅର୍ଥ ଏବଂ ପ୍ରଚୁର ସୁବିଧା ସହିତ ଅଯୋଧ୍ୟାରୁ ରାମେଶ୍ୱରମକୁ ଯାତ୍ରା କରିପାରିବେ
ନୂଆଦିଲ୍ଲୀ : ଭାରତୀୟ ରେଳ ରାମ ଭକ୍ତଙ୍କ ପାଇଁ ଏକ ନିଆରା ଉପହାର ଆଣିଛି । ଭାରତୀୟ ରେଳବାଇ 'ଶ୍ରୀ ରାମାୟଣ ଯାତ୍ରା' ପ୍ୟାକେଜ୍ ଘୋଷଣା କରିଛି । ଯାହା ମାଧ୍ୟମରେ ଯାତ୍ରୀମାନେ ବର୍ତ୍ତମାନ ଅତି କମ୍ ଅର୍ଥ ଏବଂ ପ୍ରଚୁର ସୁବିଧା ସହିତ ଅଯୋଧ୍ୟାରୁ ରାମେଶ୍ୱରମକୁ ସହଜରେ ଯାତ୍ରା କରିପାରିବେ ।

କଣ ରହିଛି ଯାତ୍ରା ମାର୍ଗ
ଦିଲ୍ଲୀ - ଅଯୋଧ୍ୟା - ସୀତାମଢୀ - ଜନକପୁର - ବାରାଣସୀ - ପ୍ରୟାଗ - ଚିତ୍ରକୂଟ - ନାସିକ୍ - ହମ୍ପି - ରମେଶ୍ୱରମ୍ - ଦିଲ୍ଲୀ
ଦିଲ୍ଲୀ- ସଫଦରଜଙ୍ଗ-ଅଯୋଧ୍ୟା-ସୀତାମାଢୀ-ବାରାଣାସୀ-ମାଣିକପୁର ଜଙ୍କସନ୍ -ନାସିକ ରୋଡ-ହୋସପେଟ-ରମେଶ୍ୱରମ-ଦିଲ୍ଲୀ- ସଫଦରଜଙ୍ଗ
ଆପଣ ଏହି ଷ୍ଟେସନଗୁଡିକରୁ ଟ୍ରେନ୍ ଧରିପାରିବେ ।
ଭ୍ରମଣ ସ୍ଥାନ
- ଅଯୋଧ୍ୟା: ରାମ ଜନ୍ମଭୂମି ମନ୍ଦିର, ହନୁମାନ ଗଢୀ, ସରୟୁ ଘାଟ
- ନନ୍ଦିଗ୍ରାମ : ଭାରତ-ହନୁମାନ ମନ୍ଦିର ଏବଂ ଭରତ କୁଣ୍ଡି
- ଜନକପୁର: ରାମ-ଜନକୀ ମନ୍ଦିର
- ସୀତାମଢୀ : ସୀତାମଢୀ ଏବଂ ପୁନୌରା ଧାମରେ ଜାନକୀ ମନ୍ଦିର
- ବାରଣାସୀ: ତୁଲସୀ ମାନସ ମନ୍ଦିର, ସଙ୍କଟ ମୋଚନ୍ ମନ୍ଦିର ଏବଂ ବିଶ୍ୱନାଥ ମନ୍ଦିର
- ସୀତା ସଂହିତା ସ୍ଥଳ, ସୀତାମଢୀ : ସୀତା ମାତା ମନ୍ଦିର
- ପ୍ରୟାଗ : ଭରଦ୍ୱାଜ ଆଶ୍ରମ, ଗଙ୍ଗା-ଯମୁନା ସଙ୍ଗମ, ହନୁମାନ ମନ୍ଦିର
- ଶୃଙ୍ଗଭରପୁର : ଶୃଙ୍ଗ ଋଷି ସମାଧୀ ଏବଂ ଶାନ୍ତା ଦେବୀ ମନ୍ଦିର, ରାମ ଚୌରା
- ଚିତ୍ରକୂଟ: ଗୁପ୍ତ ଗୋଦାବରୀ, ରାମଘାଟ, ଭରତ ମିଲାପ ମନ୍ଦିର, ସତୀ ଅନୁସୁୟା ମନ୍ଦିର
- ନାସିକ: ତ୍ରୟମ୍ବକେଶ୍ୱର ମନ୍ଦିର, ପଞ୍ଚବଟୀ, ସୀତା ଗୁମ୍ଫା, କାଲାରାମ ମନ୍ଦିର
- ହମ୍ପି: ଅଞ୍ଜନାଦ୍ରୀ ହିଲ୍, ଋଷିମୁଖ ଦ୍ୱୀପ, ସୁଗ୍ରୀବ ଗୁମ୍ଫା, ଚିଣ୍ଟାମଣି ମନ୍ଦିର, ମାଲ୍ୟାବନ୍ତ ରଘୁନାଥ ମନ୍ଦିର
- ରାମେଶ୍ୱରମ୍ : ଶିବ ମନ୍ଦିର ଏବଂ ଧନୁଷକୋଡ଼ି












Click it and Unblock the Notifications