କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ସ୍ଥଳରେ ପହଞ୍ଚିଲେ ପି.ଟି ଉଷା

ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପି.ଟି ଉଷା ଆଜି ବିରୋଧ ପ୍ରଦର୍ଶ କରୁଥିବା କୁସ୍ତିଯୋଦ୍ଧାଙ୍କୁ ଭେଟିବାକୁ ଜନ୍ତର ମନ୍ତରରେ ପହଞ୍ଚିଛନ୍ତି । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗତ 11 ଦିନ ଧରି ଜନ୍ତର ମନ୍ତରରେ ବିରୋଧ କରୁଛନ୍ତି କୁସ୍ତିଯୋଦ୍ଧା ।
ଆପଣଙ୍କୁ କହି ରଖୁଛୁ ପୂର୍ବରୁ ପି.ଟି ଉଷା କୁସ୍ତିଯୋଦ୍ଧାଙ୍କ ଧାରଣାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ 'କୁସ୍ତିଯୋଦ୍ଧାମାନେ ଧାରଣାରେ ବସିବା ପୂର୍ବରୁ ଆମ ସହ କଥା ହେବା ଉଚିତ୍, ଏହି ଉପାୟରେ ସେମାନେ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛନ୍ତି ।'
କୁସ୍ତିଯୋଦ୍ଧାମାନେ ପି.ଟି ଉଷାଙ୍କ ବୟାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ତାଙ୍କ କଥା ଶୁଣି ଠିକ୍ ଲାଗିଲା ନାହିଁ । ଜଣେ ମହିଳା ହୋଇ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଦୁଃଖ ବୁଝୁ ନାହାଁନ୍ତି । ସେ ସମସ୍ତଙ୍କ ଆଦର୍ଶ ରହି ଆସିଛନ୍ତି, ତାଙ୍କଠାରୁ ସମସ୍ତେ ବହୁତ କିଛି ଆଶା କରିଥିଲେ, କିନ୍ତୁ ତାଙ୍କ ବିବୃତ୍ତି ଅତ୍ୟନ୍ତ ଦୁଃଖଦାୟକ । ଯେତେବେଳେ ଜଣେ ଶକ୍ତିଶାଳୀ ନେତା ମହିଳା କୁସ୍ତିମାନଙ୍କ ସହିତ ଭୁଲ୍ କରନ୍ତି ସେତେବେଳେ ଦେଶର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୁଏ ନାହିଁ, ଆମେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛୁ ତାପରେ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି । ଏହା ସଂପୂର୍ଣ୍ଣ ଭୁଲ ।
ନିଜ ବୟାନ ପାଇଁ ପିଟି ଉଷା କେବଳ ବିରୋଧ କରୁଥିବା କୁସ୍ତିଯୋଦ୍ଧାଙ୍କ ନୁହଁ ବରଂ ବିରୋଧୀ ଦଳର ଟାର୍ଗେଟରେ ମଧ୍ୟ ରହିଥିଲେ । ଏହାକୁ କଂଗ୍ରେସ ଏବଂ ଶିବସେନା ବିରୋଧ କରିଥିଲେ । ବର୍ତମାନ ଆଜି ପିଟି ଉଷା ପ୍ରତିବାଦ ସ୍ଥାନରେ କୁସ୍ତିମାନଙ୍କୁ ଭେଟିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି । ଯଦିଓ ଦୁଇ ଜଣଙ୍କ ମଧ୍ୟରେ କେଉଁ ବାର୍ତ୍ତାଳାପ ହୋଇଛି ତାହାର ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications