Get Updates
Get notified of breaking news, exclusive insights, and must-see stories!

ଦୁର୍ଘଟଣାର ସମ୍ମୁଖୀନ ହେଲା ଭାରତୀୟ ନୌସେନାର ହେଲିକପ୍ଟର, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ତିନିଜଣ କ୍ରୁ ସଦସ୍ୟ

ଭାରତୀୟ ନୌସେନାର ଏକ ହେଲିକପ୍ଟରକୁ ମୁମ୍ବାଇ ଉପକୂଳ ନିକଟରେ ଜରୁରୀ ଅବତରଣ କରିବାକୁ ପଡିଛି । ନୌସେନା ତୁରନ୍ତ ଏକ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କୁ ନୌନାର ପାଟ୍ରୋଲିଂ ଜାହାଜ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲ

Indian Navy

ଭାରତୀୟ ନୌସେନାର ଏକ ହେଲିକପ୍ଟରକୁ ମୁମ୍ବାଇ ଉପକୂଳ ନିକଟରେ ଜରୁରୀ ଅବତରଣ କରିବାକୁ ପଡିଛି । ନୌସେନା ତୁରନ୍ତ ଏକ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କୁ ନୌନାର ପାଟ୍ରୋଲିଂ ଜାହାଜ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହି ଘଟଣା କିପରି ଘଟିଲା ତାହାର ଅନୁସନ୍ଧାନ କରିବାକୁ ଭାରତୀୟ ନୌସେନା ନିର୍ଦ୍ଦେଶ ଦେଇଛି ।

ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ବୁଧବାର ସକାଳେ ନିୟମିତ ଉଡ଼ାଣ ଭରୁଥିବା ବେଳେ ଭାରତୀୟ ନୌସେନାର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ଉପକୂଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଲରେ ତିନିଜଣ କ୍ରୁ ସଦସ୍ୟଙ୍କ ସହ ମୁମ୍ବାଇ ଉପକୂଳରେ ଜରୁରୀକାଳୀନ ଅବତରଣ କରିଥିଲା । ଅଧିକାରୀ କହିଛନ୍ତି ଯେ ନୌସେନାର ପାଟ୍ରୋଲିଂ ବିମାନ ଦ୍ୱାରା ହେଲିକପ୍ଟରର ତିନିଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ସୂଚନା‌ଯୋଗ୍ୟ, 'ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌' 'ଧ୍ରୁବ' ହେଉଛି ଏକାଧିକ କ୍ଷେତ୍ର ଓ ଏକାଧିକ ଅଭି‌ଯାନରେ ଲାଗିପାରୁଥିବା ଯୁଗ୍ମ ଇଞ୍ଜିନ୍‌ବିଶିଷ୍ଟ 5.5 ଟନ୍‌ ଓଜନର ଅତ୍ୟାଧୁନିକ ହେଲିକପ୍ଟର୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+