ଗୋଆରେ ନୌସେନା ଯୁଦ୍ଧ ବିମାନ MiG 29K ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ
ଗୋଆରେ ଭାରତୀୟ ନୌସେନାର ଯୁଦ୍ଧ ବିମାନ MiG 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ନୌସେନା ପକ୍ଷରୁ ଏହି ସୂଚନା ଦେଇ କୁହାଯାଇଛି ଯେ ବିମାନଟି ଗୋଆ ଉପକୂଳରୁ ଏକ ରୁଟିନ୍ ଉଡ଼ାଣ ଭରି ବେସ୍ କୁ ଫେରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ପାଣାଜୀ : ଗୋଆରେ ଭାରତୀୟ ନୌସେନାର ଯୁଦ୍ଧ ବିମାନ MiG 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ନୌସେନା ପକ୍ଷରୁ ଏହି ସୂଚନା ଦେଇ କୁହାଯାଇଛି ଯେ ବିମାନଟି ଗୋଆ ଉପକୂଳରୁ ଏକ ରୁଟିନ୍ ଉଡ଼ାଣ ଭରି ବେସ୍ କୁ ଫେରୁଥିବା ବେଳେ ଏଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ବାହାରିଯାଇଥିଲେ । ପାଇଲଟଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏଥି ସହିତ, ଏହି ଘଟଣା ପରେ ନୌସେନା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ଦୁର୍ଘଟଣାର ଅନୁସନ୍ଧାନ ପାଇଁ ବାୟୁସେନା ପକ୍ଷରୁ ଏକ ବୋର୍ଡ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି, ଯାହା ବିମାନ ଦୁର୍ଘଟଣାର କାରଣ କଣ ତାହା ଜାଣିପାରିବ ।

ବିମାନରେ ଯାନ୍ତ୍ରିକ ତ୍ରୁଟି ଆସିବା ମାତ୍ରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରକୁ ଏ ନେଇ ଅବଗତ କରାଇଥିଲେ । ଏହା ପରେ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ନୌସେନାର ଗୋଆ ଏୟାରବେସରୁ ଏକ ହେଲିକପ୍ଟର ପଠାଯାଇଥିଲା । ସର୍ଚ୍ଚ ଅପରେସନ ପରେ ହେଲିକପ୍ଟର ପାଇଲଟଙ୍କୁ ଖୋଜିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ନିରାପଦରେ ଏୟାରବେସ କୁ ଆଣିଥିଲା । ତେବେ ବିମାନରେ ବୈଷୟିକ ତ୍ରୁଟି କ'ଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications