କରୋନା ଭାଇରସ୍ : ନାସାଲ୍ ଟିକା ଅନୁମୋଦନ କଲେ ଭାରତ ସରକାର
କରୋନା ଭାଇରସ ଯେପରି ପୁଣି ଥରେ ବିସ୍ତାର କରୁଛି, ତାକୁ ଦୃଷ୍ଟିରେ ରଖି ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରୀ ସୂତ୍ର ଅନୁଯାୟୀ, ଭାରତ ସରକାର ନାସାଲ୍ ଟିକାକୁ ସବୁଜ ସଙ୍କେତ ଦେଇଛନ୍ତି ।
ନୂଆଦିଲ୍ଲୀ: କରୋନା ଭାଇରସ ଯେପରି ପୁଣି ଥରେ ବିସ୍ତାର କରୁଛି, ତାକୁ ଦୃଷ୍ଟିରେ ରଖି ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରୀ ସୂତ୍ର ଅନୁଯାୟୀ, ଭାରତ ସରକାର ନାସାଲ୍ ଟିକାକୁ ସବୁଜ ସଙ୍କେତ ଦେଇଛନ୍ତି । ଏହି ନାସାଲ୍ ଟିକା ଏକ ହେଟେରୋଲୋଗଦସ୍ ବୁଷ୍ଟର୍ ଭାବରେ ବ୍ୟବହୃତ ହେବ । ସର୍ବପ୍ରଥମେ ଏହାକୁ ଘରୋଇ ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦିଆଯିବ । ଆଜିଠାରୁ ଏହି ନାସାଲ୍ ଟିକା କୋଭିଡ୍ ଟୀକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହେବ ।

ଆପଣଙ୍କୁ କହି ରଖୁଛୁ ଚାଇନାରେ କରୋନା ଓମିକ୍ରନ୍ ର ନୂତନ ଭାରିଆଣ୍ଟ BF7 ଲୋକଙ୍କ ଚିନ୍ତା ବଢାଇ ଦେଇଛି । ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି, ଯେଉଁ କାରଣରୁ ସମସ୍ତ ଦେଶକୁ ସତର୍କ କରାଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ଭାରତ ବାୟୋଟେକର ନାସାଲ୍ ଟିକାକୁ ଅନୁମୋଦନ କରାଯାଇଛି, ଯାହାକି କୋୱିନ ଆପରେ ସାମିଲ କରାଯିବ । ଏହାପୂର୍ବରୁ ମଧ୍ୟ ଦେଶରେ ଭାରତ ବାୟୋଟେକର ନାସାଲ କୋଭିଡ ଟିକା ଆରମ୍ଭ ହେବ ବୋଲି ଖବର ଆସିଥିଲା । ଭାରତ ବାୟୋଟେକ୍ କୋଭାକ୍ସିନ୍ ପ୍ରସ୍ତୁତ କରିଛି ।
ଭାରତ ବାୟୋଟେକର ନାସାଲ ଟିକା ଇଞ୍ଜେକ୍ସନ ବିନା ଦିଆଯିବ । ଏହା ହେଉଛି ଭାରତର ପ୍ରଥମ ଏଭଳି ବୁଷ୍ଟର୍ ଡୋଜ୍ ଯାହା ନାସାଲ୍ ସ୍ପ୍ରେ ମାଧ୍ୟମରେ ଦିଆଯିବ । ଏହା 18 ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଇପାରେ । ତେବେ ଏହି ଟିକା ମୂଲ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବେସରକାରୀ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହି ଟିକା ଯୋଗାଇ ଦିଆଯିବ । ବର୍ତ୍ତମାନ କୋୱିନ୍ ଆପରେ ଭାରତ ବାୟୋଟେକର କୋଭାକ୍ସିନ, ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ କୋଭାକ୍ସିନ୍, ରୁଷର ସ୍ପୁଟ୍ନିକ୍ ଭି ଏବଂ ବାୟୋଲୋଜିକାଲ୍ ଇ ଲିମିଟେଡ୍ ର କୋର୍ବିଭାକ୍ସ ଟିକା ଉପଲବ୍ଧ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications