ସମସ୍ତ ଛାତ୍ର ଏବଂ ନାଗରିକଙ୍କୁ ୟୁକ୍ରେନ ଛାଡିବାକୁ ଭାରତୀୟ ଦୂତାବାସର ପରାମର୍ଶ
ସମସ୍ତ ଭାରତୀୟ ଛାତ୍ର ଏବଂ ନାଗରିକଙ୍କୁ ଶୀଘ୍ର ୟୁକ୍ରେନ ଛାଡି ପଳାଇବାକୁ ଭାରତୀୟ ଦୂତବାସ ପରାମର୍ଶ ଦେଇଛି । ସୁରକ୍ଷା ଅବସ୍ଥା ଖରାପ ହେବା ସହ ସମ୍ପ୍ରତି ହୋଇଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଦେଶର ନାଗରିକମାନଙ୍କୁ ୟୁକ୍ରେନ ଯିବାକୁ ବାରଣ କରିଛି ।
କ୍ୱିଭ୍ : ରୁଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ 6 ମାସରୁ ଅଧିକ ସମୟ ଧରି ଚାଲିଆସୁଛି । ଏହି ସମୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରିଛି । ସମସ୍ତ ଭାରତୀୟ ଛାତ୍ର ଏବଂ ନାଗରିକଙ୍କୁ ଶୀଘ୍ର ୟୁକ୍ରେନ ଛାଡି ପଳାଇବାକୁ ଭାରତୀୟ ଦୂତବାସ ପରାମର୍ଶ ଦେଇଛି । ସୁରକ୍ଷା ଅବସ୍ଥା ଖରାପ ହେବା ସହ ସମ୍ପ୍ରତି ହୋଇଥିବା ଭୟଙ୍କର ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଦେଶର ନାଗରିକମାନଙ୍କୁ ୟୁକ୍ରେନ ଯିବାକୁ ବାରଣ କରିଛି । ଏଥିସହ ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ୟୁକ୍ରେନରୁ ପଳାଇବାକୁ କୁହାଯାଇଛି ।

ଆପଣଙ୍କୁ କହି ରଖୁଛୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ୟୁକ୍ରେନ ଦଖଲ କରିଥିବା ଚାରୋଟି ପ୍ରଦେଶରେ ପୁଟିନ ସାମରିକ ଆଇନ ଘୋଷଣା କରିଛନ୍ତି । ବାସ୍ତବରେ, ରୁଷର କମାଣ୍ଡର ରମଜାନ କାଦିରୋଭ ୟୁକ୍ରେନ ନିକଟବର୍ତ୍ତୀ ରୁଷ ଅଞ୍ଚଳରେ ସାମରିକ ଆଇନ ଲାଗୁ କରିବାକୁ ପୁଟିନଙ୍କୁ ନିବେଦନ କରିଥିଲେ । ଏହା ପରେ ରୁଷ ରାଷ୍ଟ୍ରପତି ପୁଟିନ ଏନଏସସି ସହିତ ଏକ ଗୁପ୍ତ ବୈଠକ କରି ଏହି ଚାରୋଟି କ୍ଷେତ୍ରରେ ସାମରିକ ଆଇନ ଲାଗୁ କରିବାକୁ ଘୋଷଣା କରିଥିଲେ ।
ବୁଧବାର ଅପରାହ୍ନରେ ରୁଷର ରାଷ୍ଟ୍ରପତି ଏହି ଆଦେଶ ସହ ଜଡିତ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି । ପୂର୍ବ ୟୁକ୍ରେନରେ ରୁଷ ପାଇଁ ପୁଟିନଙ୍କ ନିଷ୍ପତ୍ତି ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବରେ ଦେଖାଯାଉଛି । ପୁଟିନଙ୍କ ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ସୈନ୍ୟମାନେ ରୁଷର ଅଧିକୃତ ଡୋନେଟସ୍କ, ଲୁହାନସ୍କ, ଜାପୋରିଜିୟା ଏବଂ ଖେରସନ ଅଞ୍ଚଳକୁ ଉଦ୍ଧାର କରିବାକୁ ଭୀଷଣ ଆକ୍ରମଣ କରୁଛନ୍ତି । ସେପ୍ଟେମ୍ବରରେ, ୟୁକ୍ରେନର ଚାରୋଟି ପ୍ରଦେଶକୁ ରୁଷ କବଜା କରିଥିଲା । ଗତ ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ପ୍ରଦେଶଗୁଡ଼ିକୁ ରୁଷ ସହିତ ମିଶ୍ରଣ ନେଇ ଘୋଷଣା କରିଥିଲେ ।












Click it and Unblock the Notifications