Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ରାମମୟ ବିଦେଶ, ଆମେରିକାର ଟାଇମ୍ସ ସ୍କୋୟାରରେ ହେଲା ଲାଇଭ ଟେଲିକାଷ୍ଟ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଆଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ବିଶ୍ୱ । ଗର୍ଭଗୃହରେ ବିରଜାମାନ ହୋଇ ଦର୍ଶନ ଦେଉଛନ୍ତି ସୀୟାବର ରାମ । ସେହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାକୁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଅପେକ୍ଷା କରିଛନ୍ତି । ସେହି ପବିତ୍ର ମୁହୂର୍ତ୍ତର ସାକ୍ଷା ରହିବା ପାଇଁ ଅପଲକ ନୟନରେ ଚାହିଁ ରହିଥିଲେ ଅଗଣିତ ଭକ୍ତ । କେବଳ ଭାରତ ନୁହଁ, ବିଶ୍ୱର ଅନେକ ସ୍ଥାନରୁ ଭକ୍ତମାନେ ଏହି କ୍ଷଣର ସାକ୍ଷୀ ରହି ନିଜକୁ ଧନ୍ୟ କରିଛନ୍ତି ।

Ram Mandir Pran Pratistha

ଏହି ସମୟରେ ରାମମୟ ହୋଇଛି ଆମେରିକାର ଟାଇମ୍ସ ସ୍କୋୟାର । ଏହା ସହ ଆମେରିକାର ଅନେକ ସହରରେ ଏହି ସମାରୋହର ଲାଇଭ୍ ଟେଲିକାଷ୍ଟ ହେଉଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଟାଇମ୍ସ ସ୍କୋୟାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ହାତରେ ଥିଲା ରାମନାମର ବାନା । ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ଭକ୍ତଙ୍କ 'ଜୟ ଶ୍ରୀରାମ' ନାରାରେ ଗୁଞ୍ଜରିତ ହୋଇ ଉଠୁଥିଲା ଟାଇମ୍ସ ସ୍କୋୟାର । ସୂଚନା ଅନୁଯାୟୀ, ପ୍ରାଣ ପ୍ରତିଷ୍ଠାର ଲାଇଭ୍ ଟେଲିକାଷ୍ଟ ପାଇଁ ନ୍ୟୁୟର୍କର ବିଭିନ୍ନ ଛକ ମାନଙ୍କରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି ।

ଆମେରିକାରେ ଭାରତୀୟ ବଂଶୋଦ୍ଭବ ବହୁ ସଂଖ୍ୟାରେ ରହୁଛନ୍ତି । କେବଳ ଆମେରିକା ନୁହେଁ, ନେପାଳ, କାନାଡ଼ା ସମେତ ଅନ୍ୟଦେଶ ମାନଙ୍କରେ ମଧ୍ୟ ହଜାର ହଜାର ସଂଖ୍ୟାରେ ହିନ୍ଦୁ ରହୁଛନ୍ତି । ସେଠାରେ ମଧ୍ୟ ହିନ୍ଦୁ ପରିଷଦ ପକ୍ଷରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ କରାଯାଉଛି ।

ଆମେରିକାର ଟେକ୍ସାସରେ ଶ୍ରୀ ସୀତାରାମ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି, ହିନ୍ଦୁମାନଙ୍କର 500 ବର୍ଷ ସ୍ୱପ୍ନ ପୂରଣ ହୋଇଛି । ଅଯୋଧ୍ୟାରେ ଭଗବାନ ରାମ ନିଜ ବାସସ୍ଥାନରେ ବିରାଜମାନ ହେବାକୁ ଯାଉଛନ୍ତି । ଏହି ମୁହୂର୍ତ୍ତ ଅତ୍ୟନ୍ତ ଦିବ୍ୟ । ସାରା ବିଶ୍ୱରେ ରହୁଖିବା ହିନ୍ଦୁଙ୍କ ପାଇଁ ଆଜିର ଦିନ ବିଶେଷ ମହତ୍ୱପୂର୍ଣ୍ଣ । ଶ୍ରୀ ସୀତାରାମ ଫାଉଣ୍ଡେସନ ହ୍ୟୁଷ୍ଟନରେ ଥିବା ମନ୍ଦିରରେ ରାମ ଜନ୍ମଭୁମି ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ କରିଛନ୍ତି । ଏହି ଉତ୍ସବରେ ସୁନ୍ଦରାକାଣ୍ଡ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହେବ ।

ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍‌ କରି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ୍‌ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍‌ସ୍ ସ୍କୋୟାର୍‌ରେ ଭାରତୀୟ ବଂଶୋଦ୍ଭବମାନେ ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ କରିଛନ୍ତି । ପାରମ୍ପରିକ ଭାରତୀୟ ବେଶପୋଷାକ ସାଜି ସେମାନେ ଆବେଗର ସହିତ ଭଜନ ଓ ଜଣାଣ ଗାୟନ କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ, ଚମତ୍କାରିତା ଓ ଏକତା ପ୍ରଦର୍ଶନ କରିଥି‌ବା କଥା ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+