ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ଭାରତୀୟ ପର୍ବତାରୋହୀ ନିଖୋଜ, 6000 ମିଟର ତଳକୁ ପଡ଼ିଯାଇଥିଲେ
କାଠମାଣ୍ଡୁ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ଭାରତୀୟ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି । 34 ବର୍ଷିୟ ଅନୁରାଗ ମାଲୁ ନାମକ ଜଣେ ଭାରତୀୟ ପର୍ବତାରୋହୀ ସୋମବାର ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ନିଖୋଜ ହୋଇଯାଇଛନ୍ତି । ଅନୁରାଗ ମାଲୁ 6000 ମିଟର ତଳେ ଥିବା ଖାଲରେ ପଡ଼ିଯାଇଥିବା ଆଶଙ୍କା କରାଯାଉଛି । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି ।

ଏହି ଟ୍ରେକିଂ ଅଭିଯାନ ପରିଚାଳନା କରୁଥିବା ସେଭେନ୍ ସମ୍ମିଟ୍ ଟ୍ରେକର ସଭାପତି ମିଙ୍ଗମା ଶେର୍ପା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ରାଜସ୍ଥାନର କିଶାନଗଡର ବାସିନ୍ଦା ଅନୁରାଗ ମାଲୁ ଅନ୍ନପୂର୍ଣ୍ଣା ପର୍ବତ ଚଢିବା ସମୟରେ ନିଖୋଜ ହୋଇଯାଇଥିଲେ । ସୋମବାର ଦିନ ଏହି ଘଟଣା ଘଟିଛି ।
ମିଙ୍ଗମା ଶେର୍ପା ଆହୁରି ମଧ୍ୟ କହିଛନ୍ତି, "ଅନୁରାଗ ମାଲୁ ନିଖୋଜ ହେବାର କିଛି ସମୟ ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ତେବେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସେ ମିଳିନଥିଲେ । ସେ କହିଛନ୍ତି ଯେ ମଙ୍ଗଳବାର ଦିନ ମଧ୍ୟ ଅନୁସନ୍ଧାନ ଜାରି ରହିବ ।"
ହିମାଳୟ ଟାଇମ୍ସ ଖବରକାଗଜ ଅନୁଯାୟୀ ଅନୁରାଗ ମାଲୁ ମିଳିତ ଜାତିସଂଘର ବିଶ୍ୱସ୍ତରୀୟ ଲକ୍ଷ୍ୟ (ହ୍ୟାସଟ୍ୟାଗ କ୍ଲାଇମ୍ବିଂ ଫର୍ SDG) ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 8,000 ମିଟରରୁ ଅଧିକ 14 ଟି ଶୀର୍ଷ ଏବଂ ସାତୋଟି ଶିଖର ଉପରକୁ ଚଢିବା ମିଶନରେ ରେ ଥିଲେ ।
ଅନୁରାଗ ମାଲୁ ଗତ ବର୍ଷ ସଫଳତାର ସହ ଅମା ଡାବଲାମ ଆରୋହଣ କରିଥିଲେ ଏବଂ ତାଙ୍କର ଆଗାମୀ ଲକ୍ଷ୍ୟ ମାଉନ୍ଟ ଏଭରେଷ୍ଟ ଥିଲା । ମାଲୁଙ୍କୁ ପୂର୍ବରୁ REX କରମବୀର ଚକ୍ର ପ୍ରଦାନ କରାଯାଇଥିଲା ଏବଂ ଭାରତରୁ 2041 ଆଣ୍ଟାର୍କଟିକ୍ ଯୁବ ଆମ୍ବାସଡର ହୋଇଥିଲେ ।












Click it and Unblock the Notifications