ଆକାଶରେ ଉଡ଼ି ଶତ୍ରୁ ଉପରେ ନଜର ରଖିବ ସେନା, ସେନାକୁ ମିଳିବ ଜେଟପ୍ୟାକ୍ ସୁଟ୍
ସମ୍ବେଦନଶୀଳ ସୀମା ଅଞ୍ଚଳରେ ସାମଗ୍ରିକ ନୀରିକ୍ଷଣ ତଥା ଯୁଦ୍ଧ କ୍ଷମତାକୁ ଦୃଢ କରିବା ପାଇଁ ଭାରତୀୟ ସେନା 130 ଟି ଉନ୍ନତ ଡ୍ରୋନ୍ ସିଷ୍ଟମ କିଣିବା ପ୍ରକ୍ରିୟା ଆରମ୍ଭ କରିଛି ।

ନୂଆଦିଲ୍ଲୀ : ଆକାଶରେ ଉଡ଼ି ଶତ୍ରୁ ଉପରେ ନଜର ରଖିବ ଭାରତୀୟ ସେନା । ଏ ନେଇ ଏକ ଆଡଭାନ୍ସ ଟେକ୍ନୋଲୋଜିର ସାହାରା ନେଇଛି ସେନା । ଭାରତୀୟ ସେନାର ଯବାନଙ୍କୁ ମିଳିବ ଜେଟପ୍ୟାକ୍ ସୁଟ୍ । ଏହା ଦ୍ୱାରା ସେନାର କ୍ଷମତା ବଢିବ ସହ ଶତ୍ରୁର ଗତିବିଧି ଉପରେ ସହଜରେ ନଜର ରଖିପାରିବ ସେନା ।
ସମ୍ବେଦନଶୀଳ ସୀମା ଅଞ୍ଚଳରେ ସାମଗ୍ରିକ ନୀରିକ୍ଷଣ ତଥା ଯୁଦ୍ଧ କ୍ଷମତାକୁ ଦୃଢ କରିବା ପାଇଁ ଭାରତୀୟ ସେନା 130 ଟି ଉନ୍ନତ ଡ୍ରୋନ୍ ସିଷ୍ଟମ କିଣିବା ପ୍ରକ୍ରିୟା ଆରମ୍ଭ କରିଛି । ଏହା ସହିତ ସେନା ମଧ୍ୟ ଆନୁଷଙ୍ଗିକ ସାମଗ୍ରୀ ସହିତ 100 ଟି 'ରୋବୋଟିକ୍ ମ୍ୟୁଲ' କିଣିବାକୁ ପ୍ରୟାସ ଆରମ୍ଭ କରିଛି । ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଜରୁରୀକାଳୀନ କ୍ରୟ ଅଧୀନରେ ଡ୍ରୋନ କିଣିବାକୁ ଯୋଜନା କରାଯାଇଛି । ଏହି ବର୍ଗ ଅଧୀନରେ 48 ଟି ଜେଟ୍ ପ୍ୟାକ୍ ସୁଟ୍ କିଣିବା ପାଇଁ ମଧ୍ୟ ସେନା ଆଗ୍ରହୀ ୟୁନିଟ୍ ଠାରୁ ଅନୁରୋଧ ପାଇଁ ଚିଠି ମାଗିଛି ।
ସୂଚନା ଅନୁଯାୟୀ, ଜେଟ୍ ପ୍ୟାକ୍ ସୁଟରେ ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ଅଛି । ଏହା ପ୍ରାୟ ପ୍ରାୟ 1000 ହର୍ସ ପାୱାରର ଶକ୍ତି ଉତ୍ପାଦନ କରିଥାଏ । ଏହିପରି ସୁଟ୍ ଇନ୍ଧନ, ଡିଜେଲ କିମ୍ବା କିରୋସିନରେ ଚାଲିପାରିବ । ଜେଟ୍ ପ୍ୟାକ୍ ସୁଟର ଗତି ଘଣ୍ଟା ପ୍ରତି 50 କିଲୋମିଟର ରହିବ । ଏହି ସୁଟ ପିନ୍ଧି ଭାରତୀୟ ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ବି ସୀମା ଉପରେ ନଜର ରଖିପାରିବେ ।
ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି 10 ହଜାର ଫୁଟ ଉଚ୍ଚରେ 4 ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ । ବିଭିନ୍ନ ପରିବସ୍ଥିତିରେ ସ୍ୱୟଂକ୍ରିୟ ଭାବେ ଏହି ମ୍ୟୁଲ ଗତି କରିପାରିବ ।
ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ୱାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications