ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବ ଚିଲ, ସେନାରେ ସାମିଲ ହେବେ ତାଲିମପ୍ରାପ୍ତ ଚିଲ ସେନା
ଦେଶର ସେନା ବାହିନୀରେ ସାମିଲ ହେବ ଆଉ ଏକ ଶକ୍ତି । ଏହି ଶକ୍ତି ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବା ସହ ଏହାକୁ ଧରି ନଷ୍ଟ କରିବ । ଏନେଇ ସେନା ବାହିନୀରେ ସାମିଲ ହେବ ଚିଲ ସେନା ।
ନୂଆଦିଲ୍ଲୀ : ଦେଶର ସେନା ବାହିନୀରେ ସାମିଲ ହେବ ଆଉ ଏକ ଶକ୍ତି । ଏହି ଶକ୍ତି ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବା ସହ ଏହାକୁ ଧରି ନଷ୍ଟ କରିବ । ଏନେଇ ସେନା ବାହିନୀରେ ସାମିଲ ହେବ ଚିଲ ସେନା ।
ଭାରତୀୟ ସେନା ପକ୍ଷରୁ ଏ ନେଇ ଜୋରଦଜାର ପ୍ରସ୍ତୁତି କରାଯାଉଛି । ଅନେକ ଚିଲଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ଶତ୍ରୁ ଦେଶର କୌଣସି ସନ୍ଦିଗ୍ଧ ଡ୍ରୋନ୍ ଦେଖିବା ମାତ୍ରେ ଚିଲମାନେ ଏହାକୁ ଧରି ନଷ୍ଟ କରିବେ । ଫଳରେ ଶତ୍ରୁ ଦେଶର ଡ୍ରୋନକୁ ନଷ୍ଟ କରିବାକୁ ଆଉ ସେନାକୁ ଆଣ୍ଟି ଡ୍ରୋନ୍ ଗନ୍ ର ସହାୟତା ନେବାକୁ ପଡ଼ିବନି । ସେହିପରି ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି । ଚିଲ ଓ ଡଗ୍ ଟିମର ତାଲିମ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ ।

ନିକଟରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଔଲିଠାରେ ଆୟୋଜିତ ଭାରତ-ଆମେରିକା ସମରାଭ୍ୟାସ ବେଳେ ଭାରତୀୟ ସେନା ପକ୍ଷରୁ ଏକ ପ୍ରଶିକ୍ଷିତ ଚିଲର ଦକ୍ଷତାକୁ ପ୍ରଦର୍ଶନ କରାଯାଇଥିଲା ।
ତେବେ ଚିଲକୁ ମୁତୟନ କରିବାର ଆଉ ଏକ କାରଣ ହେଲା, ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ସପ୍ଲାଏ କରୁଛନ୍ତି । ହେଲେ ଅଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡ଼ିକ ରାଡାରରେ ଆସିନଥାଏ । ଏହି ଚିଲ ଗୁଡ଼ିକ ଡ୍ରୋନ୍ କୁ ଠାବ କରିବାରେ ଭାରତୀୟ ସେନାକୁ ସାହାଯ୍ୟ କରିବେ ।
#WATCH | Indian Army demonstrates the capability of the trained Kite to take down small drones at Auli in Uttarakhand pic.twitter.com/AkZvbTJjSi
— ANI (@ANI) November 29, 2022
ଆପଣଙ୍କୁ କହି ରଖୁଛୁ, ପଡ଼ୋଶୀ ଶତ୍ରୁ ଦେଶ ପାକିସ୍ତାନ ବାରମ୍ବାର ଭାରତ ସୀମାକୁ ଡ୍ରୋନ୍ ପଠାଇବା ସହ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ କରୁଛି । ଡ୍ରୋନ ମାଧ୍ୟମରେ ଜମ୍ମୁ କଶ୍ମୀର ଓ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଓ ନିଶାସାମଗ୍ରୀ ଚୋରାଚାଲାଣ କରୁଛି ପାକିସ୍ତାନ ।
ଗତ ସପ୍ତାହରେ ଜମ୍ମୁର ସାମ୍ବା ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଜବତ କରାଯାଇଥିଲା । ଏହି ଡ୍ରୋନ ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଭାରତୀୟ ଟଙ୍କା ନେଇ ଆସିଥିଲା । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ପାଇଁ ଆସୁଥିବା ସ୍ପଷ୍ଟ ହୋଇଥିଲା । ସେହିପରି ପଂଜାବରେ ବି ନିୟମିତ ବ୍ୟବଧାନରେ ଏପରି ଘଟଣା ଘଟିଚାଲିଛି । ଏହି ଚିଲ ମାନଙ୍କ ଦ୍ୱାରା ଏ ସବୁ ଠାବ କରାଯାଇ ଏପରି କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications