For Quick Alerts
Turn On Notification  
For Daily Alerts
Oneindia App Download

ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବ ଚିଲ, ସେନାରେ ସାମିଲ ହେବେ ତାଲିମପ୍ରାପ୍ତ ଚିଲ ସେନା

ଦେଶର ସେନା ବାହିନୀରେ ସାମିଲ ହେବ ଆଉ ଏକ ଶକ୍ତି । ଏହି ଶକ୍ତି ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବା ସହ ଏହାକୁ ଧରି ନଷ୍ଟ କରିବ । ଏନେଇ ସେନା ବାହିନୀରେ ସାମିଲ ହେବ ଚିଲ ସେନା ।

|

ନୂଆଦିଲ୍ଲୀ : ଦେଶର ସେନା ବାହିନୀରେ ସାମିଲ ହେବ ଆଉ ଏକ ଶକ୍ତି । ଏହି ଶକ୍ତି ଶତ୍ରୁ ଦେଶର ଡ୍ରୋନକୁ ଠାବ କରିବା ସହ ଏହାକୁ ଧରି ନଷ୍ଟ କରିବ । ଏନେଇ ସେନା ବାହିନୀରେ ସାମିଲ ହେବ ଚିଲ ସେନା ।

ଭାରତୀୟ ସେନା ପକ୍ଷରୁ ଏ ନେଇ ଜୋରଦଜାର ପ୍ରସ୍ତୁତି କରାଯାଉଛି । ଅନେକ ଚିଲଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ଶତ୍ରୁ ଦେଶର କୌଣସି ସନ୍ଦିଗ୍ଧ ଡ୍ରୋନ୍ ଦେଖିବା ମାତ୍ରେ ଚିଲମାନେ ଏହାକୁ ଧରି ନଷ୍ଟ କରିବେ । ଫଳରେ ଶତ୍ରୁ ଦେଶର ଡ୍ରୋନକୁ ନଷ୍ଟ କରିବାକୁ ଆଉ ସେନାକୁ ଆଣ୍ଟି ଡ୍ରୋନ୍ ଗନ୍ ର ସହାୟତା ନେବାକୁ ପଡ଼ିବନି । ସେହିପରି ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି । ଚିଲ ଓ ଡଗ୍ ଟିମର ତାଲିମ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ ।

army

ନିକଟରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଔଲିଠାରେ ଆୟୋଜିତ ଭାରତ-ଆମେରିକା ସମରାଭ୍ୟାସ ବେଳେ ଭାରତୀୟ ସେନା ପକ୍ଷରୁ ଏକ ପ୍ରଶିକ୍ଷିତ ଚିଲର ଦକ୍ଷତାକୁ ପ୍ରଦର୍ଶନ କରାଯାଇଥିଲା ।

ତେବେ ଚିଲକୁ ମୁତୟନ କରିବାର ଆଉ ଏକ କାରଣ ହେଲା, ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ସପ୍ଲାଏ କରୁଛନ୍ତି । ହେଲେ ଅଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡ଼ିକ ରାଡାରରେ ଆସିନଥାଏ । ଏହି ଚିଲ ଗୁଡ଼ିକ ଡ୍ରୋନ୍ କୁ ଠାବ କରିବାରେ ଭାରତୀୟ ସେନାକୁ ସାହାଯ୍ୟ କରିବେ ।

ଆପଣଙ୍କୁ କହି ରଖୁଛୁ, ପଡ଼ୋଶୀ ଶତ୍ରୁ ଦେଶ ପାକିସ୍ତାନ ବାରମ୍ବାର ଭାରତ ସୀମାକୁ ଡ୍ରୋନ୍ ପଠାଇବା ସହ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ କରୁଛି । ଡ୍ରୋନ ମାଧ୍ୟମରେ ଜମ୍ମୁ କଶ୍ମୀର ଓ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଓ ନିଶାସାମଗ୍ରୀ ଚୋରାଚାଲାଣ କରୁଛି ପାକିସ୍ତାନ ।

ଗତ ସପ୍ତାହରେ ଜମ୍ମୁର ସାମ୍ବା ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଜବତ କରାଯାଇଥିଲା । ଏହି ଡ୍ରୋନ ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଭାରତୀୟ ଟଙ୍କା ନେଇ ଆସିଥିଲା । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ପାଇଁ ଆସୁଥିବା ସ୍ପଷ୍ଟ ହୋଇଥିଲା । ସେହିପରି ପଂଜାବରେ ବି ନିୟମିତ ବ୍ୟବଧାନରେ ଏପରି ଘଟଣା ଘଟିଚାଲିଛି । ଏହି ଚିଲ ମାନଙ୍କ ଦ୍ୱାରା ଏ ସବୁ ଠାବ କରାଯାଇ ଏପରି କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indian Army To Deploy Kite To Take Down Small Drones At Border
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X