Get Updates
Get notified of breaking news, exclusive insights, and must-see stories!

ଭାରତରେ କିପରି ଅନୁପ୍ରବେଶ କରନ୍ତି ଆତଙ୍କବାଦୀ, ଭାରତୀୟ ସେନା ସୟାର କଲା ଭିଡିଓ

ସେନା ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟ 25 ଗୁରୁବାର ଦିନ ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମଦିୟାନ ନାନକ ପୋଷ୍ଟ ନିକଟରେ ତିନିଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଆତଙ୍କବାଦୀ ଅନୁପ୍ରବେଶ କରିବାର ପ୍ରୟାସର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଭାରତୀୟ ସେନା ସେୟାର କରିଛି । ସେନା ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟ 25 ଗୁରୁବାର ଦିନ ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମଦିୟାନ ନାନକ ପୋଷ୍ଟ ନିକଟରେ ତିନିଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଖବର ମିଳିବା ପରେ ସେମାନଙ୍କୁ ଇଲେକ୍ଟ୍ରୋନିକ୍ ସିସିଟିଭି ଉପକରଣ ଦ୍ୱାରା ଚିହ୍ନଟ କରାଯାଇଥିଲା ।

terrorist

ସେନା ଅଧିକାରୀଙ୍କ କହିବାନୁସାରେ, ଅନୁପ୍ରବେଶ ଉଦ୍ୟମ ବିଫଳ କରାଯାଇଥିଲା ଏବଂ ଘଟଣାସ୍ଥଳରେ ଉପସ୍ଥିତ ଭାରତୀୟ ସେନା କର୍ମଚାରୀ ସଚେତନ ହୋଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଶ୍ରୀନଗର ସ୍ଥିତ PRO, ପ୍ରତିରକ୍ଷା, କର୍ଣ୍ଣର ଇମରାନ୍ ମୁସାଭି କହିଛନ୍ତି ଯେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଗଛର ପତ୍ର, ବର୍ଷା ଏବଂ ବାଦଲର ସାହାରା ନେଉଛନ୍ତି । କର୍ଣ୍ଣେଲ ମୁସାଭି କହିଛନ୍ତି ଯେ ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଗଷ୍ଟ 25 ରେ ସକାଳ ପ୍ରାୟ 8.45 ସମୟରେ LoC ର ଭାରତୀୟ ପାର୍ଶ୍ୱ ଅଞ୍ଚଳରେ ସ୍ଥାପିତ ହୋଇଥିଲା ଯେଉଁଥିରେ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ନିହତ ହୋଇଥିଲେ ।

ସେନା ମୁଖପାତ୍ର କହିଛନ୍ତି ଯେ ଅପରାହ୍ନ 2 ଟାରେ ଏହି ଅଞ୍ଚଳର ବିସ୍ତୃତ ଯାଞ୍ଚ ଶେଷ ହୋଇଛି ଏବଂ ତିନି ଜଣ ଆତଙ୍କବାଦୀଙ୍କ ମୃତ ଦେହ, ଦୁଇଟି AK ରାଇଫଲ, ଚାଇନାର ଏମ -16 ରାଇଫଲ ଏବଂ ଅନ୍ୟାନ୍ୟ ଗୁଳି ଜବତ କରାଯାଇଛି । କର୍ଣ୍ଣେଲ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଇଲେକ୍ଟ୍ରୋନିକ୍ ସିସିଟିଭି ଏବଂ ଗୁପ୍ତଚର ଭିତ୍ତିକ ଅପରେସନର ବ୍ୟବହାର ହେଉଛି ।

ଆପଣଙ୍କୁ କହିରଖୁଛୁ ଯେ ଏହାପୂର୍ବରୁ 21 ଅଗଷ୍ଟରେ ରାଜୌରୀ ର ଝଙ୍ଗାଡ଼ ସେକ୍ଟରରେ ଭାରତୀୟ ସୀମାରେ ଅନୁପ୍ରବେଶ କରୁଥିବା ସମୟରେ ତବ୍ରିକ୍ ହୁସେନ୍ ନାମକ ଜଣେ ଆତଙ୍କବାଦୀଙ୍କୁ ଧରାଯାଇଥିଲା । ସାମରିକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତବ୍ରିକ୍ ପ୍ରକାଶ କରିଥିଲା ଯେ ସେ ଏବଂ ଅନ୍ୟ 4-5 ଜଣ ପାକିସ୍ତାନୀ ସେନାର କର୍ଣ୍ଣେଲ ୟୁନୁସ ଦ୍ୱାରା ପଠାଯାଇଥିବା ଆତ୍ମଘାତୀ ଆକ୍ରମଣ ଅଭିଯାନରେ ଏଠାକୁ ଆସିଥିଲେ । ଏଥିପାଇଁ ତାକୁ 30 ହଜାର ଟଙ୍କା ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+