ତୁଷାରପାତରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କଲେ ଭାରତୀୟ ସେନା

କୁପୱାରା ଜିଲ୍ଲାର ବଡ଼ାଖେତ ଗ୍ରାମରେ ଜଣେ ଗର୍ଭବତୀ ମହିଳା ତୁଷାରପାତ ଯୋଗୁଁ ଫସି ରହିଥିଲେ । ଏ ନେଇ ଭାରତୀୟ ସେନାକୁ ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ଭାରତୀୟ ସେନାର ଏକ ଟିମ୍ ସେଠାରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

indian army

ଶ୍ରୀନଗର: ଦେଶର ସୀମାରେ ରହି ଦେଶକୁ ସୁରକ୍ଷା କରିବା ସହ ବିପଦ ସମୟରେ ସହାୟତାର ହାତ ବଢାଇ ସେନା ନିଜର ମହାନତା ଦେଖାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତୁଷାରପାତରେ ବୁଡ଼ି ରହିଥିବା କାଶ୍ମୀରରେ । ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ସେନା ନିଜର ମହତ ପଣିଆ ଦେଖାଇଛି ।

କାଶ୍ମୀର ଉପତ୍ୟକାରେ ପାଗ ଅତ୍ୟନ୍ତ ଖରାପ ରହିଛି । ପ୍ରବଳ ଥଣ୍ଡା ସହ ତୁଷାରପାତ ଲାଗି ରହିଛି । ଏହି ସମୟରେ କୁପୱାରା ଜିଲ୍ଲାର ବଡ଼ାଖେତ ଗ୍ରାମରେ ଜଣେ ଗର୍ଭବତୀ ମହିଳା ତୁଷାରପାତ ଯୋଗୁଁ ଫସି ରହିଥିଲେ । ଏ ନେଇ ଭାରତୀୟ ସେନାକୁ ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ଭାରତୀୟ ସେନାର ଏକ ଟିମ୍ ସେଠାରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ସୂଚନାନୁସାରେ, ମହିଳା ଜଣକ ଉଚ୍ଚ ପର୍ବତ ଅଞ୍ଚଳରେ ଫସି ରହିଥିଲେ । ତାଙ୍କ ସମ୍ପର୍କୀୟମାନେ ପ୍ରଥମେ ତାଙ୍କୁ ସେଠାରୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇନଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ସେନା ପକ୍ଷରୁ ସାହାଯ୍ୟ ଲୋଡିଥିଲେ । ଏହି ଘଠଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା ଦଳ କାଲାରୁସ ବ୍ଲକର ବଡ଼ାଖେତ ଗ୍ରାମରେ ପହଞ୍ଚି ମହିଳାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପରେ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ଶୁଆଇ ତାଙ୍କୁ ସୁମୋ ବ୍ରିଜ ନିକଟକୁ ଅଣାଯାଇଥିଲା । ସେଠାରେ ଏକ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିଲା । ସେଥିରେ ସଙ୍ଗେ ସଙ୍ଗେ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ମହିଳା ଜଣକ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଡାକ୍ତରଙ୍କ ଅନୁଯାୟୀ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଅଛନ୍ତି ।

ଗତ ମାସରେ ମଧ୍ୟ କୁପୱାରାଠାରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ମହିଳାଙ୍କୁ ଟାଙ୍ଗଡାରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ କୁପୱାରା ଡାକ୍ତରଖାନା ନେବାକୁ କହିଥିଲେ । ଏନେଇ ସାହାଯ୍ୟ କରିବାକୁ ଭାରତୀୟ ସେନାକୁ ଅନୁରୋଧ କରାଯାଇଥିଲା । ଯବାନମାନେ ମହିଳାଙ୍କୁ କୁପୱାରା ଡାକ୍ତରଖାନାରେ ଭର୍ତ୍ତି କରି ତାଙ୍କ ଜୀବନ ରକ୍ଷା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+