74 ତମ ସେନା ଦିବସ : ଭିଡିଓ ଜାରି କରି ନିଜର ଶକ୍ତି ଦେଖାଇଲା ସେନା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭାରତୀୟ ସ୍ଥଳସେନା ଯଥା ଆମର ଭାରତୀୟ ସେନା ଆଜି (ଶନିବାର) 74 ତମ ସେନା ଦିବସ (ଆର୍ମି ଡେ 2022) ପାଳନ କରୁଛି । ଏହି ଅବସରରେ ସମଗ୍ର ଦେଶ ନିଜର ସାହସୀ ସୈନ୍ୟବାହିନୀକୁ ଅଭିନନ୍ଦନ ଜଣାଉଛନ୍ତି ।

ନୂଆଦିଲ୍ଲୀ : ଭାରତୀୟ ସ୍ଥଳସେନା ଯଥା ଆମର ଭାରତୀୟ ସେନା ଆଜି (ଶନିବାର) 74 ତମ ସେନା ଦିବସ (ଆର୍ମି ଡେ 2022) ପାଳନ କରୁଛି । ଏହି ଅବସରରେ ସମଗ୍ର ଦେଶ ନିଜର ସାହସୀ ସୈନ୍ୟବାହିନୀକୁ ଅଭିନନ୍ଦନ ଜଣାଉଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେନା ଦିବସରେ ସେନାକୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଭାରତୀୟ ସେନା ଏହି ଅବସରରେ ଶତ୍ରୁମାନଙ୍କ ନିକଟରେ ନିଜର ବୀରତ୍ୱ ଏବଂ ଦୃଢତାର ଏକ ଭିଡିଓ ଉପସ୍ଥାପନ କରିଛି । ଭିଡିଓ ଦେଖି ଆପଣ ସେନାର ବୀରତ୍ୱ ଏବଂ ସାହାସକୁ ନେଇ ଗର୍ବିତ ହେବା ସହ ଭାରତୀୟ ସେନାକୁ ପ୍ରଂସା କରିବାକୁ ବାଧ୍ୟ ହେବେ ।

armyday

'ସେନା ଦିବସ' ଅବସରରେ ଶନିବାର ସକାଳେ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲରେ ଆର୍ମି ଚିଫ୍ ଜେନେରାଲ୍ ମନୋଜ ମୁକୁନ୍ଦ ନାରାଭାଣେ, ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପରେ କରିଆପ୍ପା ପ୍ୟାରେଡ ଗ୍ରାଉଣ୍ଡରେ ଏକ ପରେଡ ଆୟୋଜିତ ହୋଇଥିଲା । ସୈନିକମାନେ ବ୍ୟାଣ୍ଡ-ବାଜାର ତାଳେ ତାଳେ ପାଦ ମିଶାଇ ସୈନିକମାନେ ସେନା ଦିବସ ପାଳନ କରିଥିଲେ । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନାରଭାଣେ କରିଆପ୍ପା ପରେଡ ଗ୍ରାଉଣ୍ଡରେ ପ୍ୟାରେଡ ଯାଞ୍ଚ କରିଥିଲେ ।

ଆଜି ସମଗ୍ର ଦେଶ ସେନା ସହିତ 74 ତମ ସେନା ଦିବସ ପାଳନ କରୁଛି । ଏହି ଦିନ ଭାରତୀୟ ସୈନିକମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 'ସାହସୀ ସୈନିକ, ସମ୍ମାନିତ ଦିଗ୍ଗଜ ଏବଂ ସେମାନଙ୍କ ପରିବାରକୁ ସେନା ଦିବସର ଶୁଭେଚ୍ଛା । ଭାରତୀୟ ସେନା ନିଜର ସାହସିକତା ଏବଂ କର୍ତ୍ତବ୍ୟନିଷ୍ଠ ପାଇଁ ପରିଚିତ । ଜାତୀୟ ସୁରକ୍ଷା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନକୁ ଆମର ଶବ୍ଦ ନ୍ୟାୟ ଦେଇପାରିବ ନାହିଁ ।'

ଏଥିସହିତ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟ କରି ଭାରତୀୟ ସେନାକୁ ସେନା ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, 'ସୈନିକ ତଥା ପୂର୍ବତନ ସେବାୟତମାନଙ୍କୁ ସେନା ଦିବସରେ ଶୁଭେଚ୍ଛା । ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବାରେ ଭାରତୀୟ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆମର ସୈନିକମାନେ ସୀମା ରକ୍ଷା କରିବା ଏବଂ ଶାନ୍ତି ବଜାୟ ରଖିବାରେ ବୃତ୍ତିଗତତା, ବଳିଦାନ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ଆପଣଙ୍କ ସେବା ପାଇଁ ଦେଶ କୃତଜ୍ଞ । ଜୟ ହିନ୍ଦ !'

15 ଜାନୁଆରୀରେ ସେନା ଦିବସ ପାଳନ କରାଯାଏ କାରଣ ଏହି ଦିନ 15 ଜାନୁୟାରୀ 1949 ରେ ଭାରତୀୟ ସେନା ବ୍ରିଟିଶ ସୈନ୍ୟବାହିନୀରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିଲା । ଏହା ପରେ, ପ୍ରଥମ ଥର ପାଇଁ ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ୍ କରିଆପ୍ପା ପ୍ରଥମ ଭାରତୀୟ ଭାବରେ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ସେନା ମୁଖ୍ୟ ଥିଲେ କରିଆପ୍ପା । କେଏମ୍ କରିଆପ୍ପା "କିପର" ଭାବରେ ମଧ୍ୟ ଜଣାଶୁଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+