Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକ୍ ଖବର ଭିତ୍ତି ହୀନ : ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ

ପାକିସ୍ତାନ ଅଧିକୃତ କାଶ୍ମୀରର ଆତଙ୍କବାଦ ଲଞ୍ଚପ୍ୟାଡ ଉପରେ ଗୁରୁବାର ଭାରତୀୟ ସେନା ପକ୍ଷରୁ କୌଣସି ଏୟାର ଷ୍ଟ୍ରାଇକ ହୋଇନାହିଁ | ଏପରି ତଥ୍ୟ ରଖିଛି ଭାରତୀୟ ସେନା |

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରର ଆତଙ୍କବାଦ ଲଞ୍ଚପ୍ୟାଡ ଉପରେ ଗୁରୁବାର ଭାରତୀୟ ସେନା ପକ୍ଷରୁ କୌଣସି ଏୟାର ଷ୍ଟ୍ରାଇକ ହୋଇନାହିଁ | ଏପରି ତଥ୍ୟ ରଖିଛି ଭାରତୀୟ ସେନା | ଖବର ସରବରାହ ସଂସ୍ଥା ଏଏନ୍ଆଇ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି |

ଏଥି ସହିତ ଏଏନ୍ଆଇ ଅନ୍ୟ ଏକ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଖବର ଭିତ୍ତିହୀନ ବୋଲି ଭାରତୀୟ ସେନାର ମହାନିର୍ଦ୍ଦେଶକ (ମିଲିଟାରି ଅପରେସନ) ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ କହିଛନ୍ତି |

Air-Strike

ସୂଚନାଯୋଗ୍ୟ, ପିଟିଆଇ ଖବର ସରବରାହ ସଂସ୍ଥା ପକ୍ଷରୁ ଜାରି କରାଯାଇଥିଲା କି ଗୁରୁବାର ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ବାୟୁସେନା ବିମା‌ନ କେବଳ ଲଞ୍ଚପ୍ୟାଡଗୁଡ଼ିକ ଉପରେ 'ପିନ୍‌ପଏଣ୍ଟ୍‌' ଆକ୍ରମଣ କରିଛି | ମାତ୍ର ଏହି ଖବର ଭିତ୍ତିହୀନ ବୋଲି ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂଙ୍କ ବୟାନରୁ ସ୍ପଷ୍ଟ ହୋଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+