ଜାମ୍ମୁ କାଶ୍ମୀର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଜାମ୍ମୁ କାଶ୍ମୀରରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି । କଠୁଆ ରଣଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି । କଠୁଆ ରଣଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣା ପରେ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଣଜିତ ସାଗର ଡ୍ୟାମରେ ଦୁର୍ଘଟଣାଗ୍ରସ୍ତ ଆର୍ମି ଆଭିଏସନ ଏଲଏଚ ଧ୍ରୁଭ ହେଲିକପ୍ଟରର ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି । ହେଲିକପ୍ଟରଟି ପଠାନକୋଟ (ପଞ୍ଜାବ) ରୁ ବାହାରି ଏକ ନିୟମିତ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥି ସହ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।
Kathua, J&K: An Indian Army helicopter crashes near Ranjit Sagar Dam. Details awaited. pic.twitter.com/ULx3NTeIhD
— ANI (@ANI) August 3, 2021
ମିଳିଥିବା ଖବର ଅନୁଯାୟୀ, ସକାଳ ପ୍ରାୟ 10.20 ସମୟରେ ଭାରତୀୟ ସେନାର ହେଲିକପ୍ଟର ପଠାନକୋଟରେ ମାମୁନ୍ କ୍ୟାଣ୍ଟରୁ ଉଡ଼ି ଯାଇଥିଲା । ଏଥିସହିତ ସେ କଠୁଆ ନିକଟ ଡ୍ୟାମ ଅଞ୍ଚଳରେ ଏକ ନିମ୍ନ ଉଚ୍ଚତା ନେଇ ଯାଉଥିବା ବେଳେ ସେ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମରେ ପଡ଼ିଯାଇଥିଲା । ହେଲିକପ୍ଟରରେ ତିନି ଜଣ ଥିଲେ, ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି । ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡ୍ୟାମ ପଠାନକୋଟ ଠାରୁ 30 କିଲୋମିଟର ଦୂରରେ ଅବସ୍ଥିତ ।












Click it and Unblock the Notifications