ଅରୁଣାଚଳ ପ୍ରଦେଶରୁ ଯୁବକ ଅପହରଣ ମାମଲା : ନାବାଳକଙ୍କୁ ଫେରାଇ ଆଣିବାକୁ PLA ସହ ଯୋଗାଯୋଗ କଲା ଭାରତୀୟ ସେନା
ଭାରତୀୟ ସେନା ମଧ୍ୟ ନିକୋଜ ନାବାଳକଙ୍କ ସନ୍ଧାନରେ ଏକାଠି ହୋଇଛନ୍ତି, ଏହି ପରିପ୍ରେକ୍ଷୀରେ ସେନା ଚୀନର ପିପୁଲ୍ସ ଲିବରେସନ ଆର୍ମି (PLA) ସହିତ ଯୋଗାଯୋଗ କରିଛି ।
ଇଟାନଗର : ଅରୁଣାଚଳ ପ୍ରଦେଶର ଭାରତୀୟ ସୀମା ନିକଟରେ ଚୀନ୍ର କାର୍ଯ୍ୟକଳାପ ଜାତୀୟ ଚିନ୍ତାର କାରଣ ପାଲଟିଛି । ଏହି ସମୟରେ, ଅରୁଣାଚଳ ପ୍ରଦେଶର ନିଖୋଜ 17 ବର୍ଷୀୟ ବାଳକ ମିରାମ ତରୋନଙ୍କୁ ନେଇ ଏକ ବଡ଼ ଖବର ପ୍ରକାଶ ପାଇଛି । କୁହାଯାଉଛି ଯେ ଭାରତୀୟ ସେନା ମଧ୍ୟ ନିକୋଜ ନାବାଳକଙ୍କ ସନ୍ଧାନରେ ଏକାଠି ହୋଇଛନ୍ତି, ଏହି ପରିପ୍ରେକ୍ଷୀରେ ସେନା ଚୀନର ପିପୁଲ୍ସ ଲିବରେସନ ଆର୍ମି (PLA) ସହିତ ଯୋଗାଯୋଗ କରିଛି । ସୂଚନାନୁସାରେ, ଭାରତୀୟ ସେନା PLA କୁ ନିଖୋଜ ଯୁବକଙ୍କୁ ଖୋଜିବା ଏବଂ ASTD ପ୍ରୋଟୋକଲ ଅନୁଯାୟୀ ଫେରସ୍ତ କରିବାକୁ କହିଛି ।

ଅରୁଣାଚଳ ପ୍ରଦେଶର ବାସିନ୍ଦା ମିରାମ ତରୋନ ନିଖୋଜ ହେବା ପରେ ସ୍ଥାନୀୟ ସାଂସଦ ତାପିର ଗାଓ ସହାୟତା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଥିଲେ । ସେମାନେ ଦାବି କରିଛନ୍ତି ଯେ ଚୀନ୍ ସେନା ଦ୍ୱାରା ରାଜ୍ୟର ଭାରତୀୟ ଅଞ୍ଚଳର ଉପର ସିଆଙ୍ଗ ଜିଲ୍ଲାରୁ ମିରାମ ତରୋନ ଅପହରଣ ହୋଇଥିଲେ । ସେ କହିଛନ୍ତି ଯେ PLA ନାବାଳକଙ୍କୁ ସିୟୁଙ୍ଗଲା ଅଞ୍ଚଳର ଲୁଙ୍ଗତା ଜୋର ଅଞ୍ଚଳରୁ ଅପହରଣ କରି ନେଇଛି । ସୂଚନାନୁସାରେ, ତାପିର ଗାଓଙ୍କ ଏହି ଦାବି ପରେ ପ୍ରଶାସନରେ ଉତ୍ତେଜନା ଦେଖାଦେଇଥିଲା, ଯାହା ପରେ ବର୍ତ୍ତମାନ ଭାରତୀୟ ସେନା ନାବାଳକଙ୍କ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଚୀନ୍ ସେନା ସହିତ ମଧ୍ୟ ଯୋଗାଯୋଗ କରାଯାଇଛି ।
Regarding the incident of missing youth Miram Taron from Arunachal Pradesh, it's informed that on receipt of info, the Indian Army immediately contacted PLA. Assistance from PLA has been sought to locate individual on their side &return him as per estd protocol: Defence Sources pic.twitter.com/GXRBQPlBkx
— ANI (@ANI) January 20, 2022
ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ବର୍ଷ ଧରି ଭାରତ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି । ସମୟ ସମୟରେ ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ହେବାର ଖବର ରହିଛି ।












Click it and Unblock the Notifications