Get Updates
Get notified of breaking news, exclusive insights, and must-see stories!

ଦୁଇଟି ଗୁଳି ଲାଗିବା ପରେ ବି ଆତଙ୍କବାଦୀଙ୍କ ସହ ଲଢିଲା ସେନାର କୁକୁର

ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନାର ଏକ କୁକୁର ‘ଜୁମ୍' ଗୁରୁତର ଆହତ ହୋଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ଶ୍ରୀନଗରର ଆର୍ମି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଭାରତୀୟ ସେନାର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଜାମ୍ମୁ କାଶ୍ମୀର : ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନାର ଏକ କୁକୁର 'ଜୁମ୍' ଗୁରୁତର ଆହତ ହୋଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ଶ୍ରୀନଗରର ଆର୍ମି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଭାରତୀୟ ସେନାର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, କୁକୁରଟି ଅପରେସନ୍ ତାଙ୍ଗପାୱସ୍ ଯୁଦ୍ଧ ଟିମ୍ ର ଏକ ଅଂଶ ଥିଲା । ଆହତ ହେବା ପୂର୍ବରୁ ତାକୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ପୋଷ୍ଟ କରାଯାଇଥିଲା ଏବଂ ସେଠାରେ ସେ ଯବାନମାନଙ୍କ ସହ ରହୁଥିଲା ।

army dog injured

କୁକୁରଟି ଯଥାଶୀଘ୍ର ସୁସ୍ଥ ହେଉ ବୋଲି ଭାରତୀୟ ସେନା ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି । ଏଥିରେ ଲେଖାଯାଇଛି ଯେ ଜୁମ୍ ଅପରେସନ୍ ସମୟରେ ଆତଙ୍କବାଦୀଙ୍କ ସହ ଲଢି ଗୁରୁତର ଆହତ ହୋଇଛି । ସେ ଶ୍ରୀନଗରର ଆର୍ମି ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । ଆମେ ଜୁମ୍ ର ଶୀଘ୍ର ପୁନରୁଦ୍ଧାର କାମନା କରୁଛୁ । ଏଥି ସହିତ ଜୁମ୍ ଟ୍ରେନିଂର ଏକ ଭିଡିଓ ମଧ୍ୟ ସେନା ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓରେ ଜୁମ୍ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ମାଧ୍ୟମରେ ସେନା କହିଛି ଯେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୁମ୍ କୁ ତାଲିମ ଦିଆଯାଇଛି । ସେ ଅନେକ ସାମରିକ କାର୍ଯ୍ୟରେ ଜଡିତ ଅଛି । ସେନା ଅନୁଯାୟୀ, ଅକ୍ଟୋବର 10 ଦିନ ସକାଳେ କୋକେରନାଗରେ ଥିବା ଏକ ଘରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଏହା ପରେ ଜୁମ୍ କୁ ସେମାନଙ୍କୁ ଖୋଜିବା ଦାୟିତ୍ୱ ଦିଆଯାଇଥିଲା । ଏହି ସମୟରେ ଜୁମ୍ ଏହି ଘରେ ପ୍ରବେଶ କରିଥିଲା, ଜୁମ୍ ଘରେ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଏବଂ ଦୁଇଟି ଗୁଳି ଜୁମ୍ ଉପରେ ଲାଗିଥିଲା ।

ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଜୁମ୍ ଗୁରୁତର ଆହତ ହୋଇଛି । କିନ୍ତୁ, ଜୁମ୍ ଆହତ ହେବା ପୂର୍ବରୁ ନିଜର କର୍ତ୍ତବ୍ୟ କରିଦେଇଥିଲା । କାରଣ ଜୁମ୍ ଦେଇଥିବା ସୂଚନା ଆଧାରରେ ଦୁଇଜଣ ଆତଙ୍କବାଦୀଙ୍କୁ ସେନାର ସୈନିକମାନେନିହତ କରିଥିଲେ । ଏହି ଅପରେସନରେ ଦୁଇ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଯବାନମାନଙ୍କୁ ମଧ୍ୟ ସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+