'ତୁମ ପିଲାମାନେ ଅସ୍ତ୍ର ଛାଡିଦିଅନ୍ତୁ, ଆମେ ସେମାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ', ଆତଙ୍କୀ ପରିବାରକୁ ସେନାର ବାର୍ତ୍ତା
ଉପତ୍ୟକାରେ ଆତଙ୍କବାଦକୁ ରୋକିବା ପାଇଁ ଭାରତୀୟ ସେନା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଭାରତୀୟ ସେନା ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ଦକ୍ଷିଣ କାଶ୍ମୀରର ଶୋପିୟାନରେ ଆତଙ୍କବାଦୀଙ୍କ ପରିବାରକୁ ଭେଟିଛନ୍ତି ।
ନୂଆଦିଲ୍ଲୀ : ଉପତ୍ୟକାରେ ଆତଙ୍କବାଦକୁ ରୋକିବା ପାଇଁ ଭାରତୀୟ ସେନା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଭାରତୀୟ ସେନା ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ଦକ୍ଷିଣ କାଶ୍ମୀରର ଶୋପିୟାନରେ ଆତଙ୍କବାଦୀଙ୍କ ପରିବାରକୁ ଭେଟିଛନ୍ତି । ସେନା ଏବଂ ପୋଲିସ ଅଧିକାରୀ 80 ରୁ ଅଧିକ ପରିବାରଙ୍କୁ ଭେଟିଥିଲେ ଯାହାର ପିଲାମାନେ ଉପତ୍ୟକାରେ ବିଦ୍ରୋହୀ ଭାବେ କାମ କରୁଛନ୍ତି । ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବାକୁ ସେନା ଓ ପୋଲିସ୍ ପକ୍ଷରୁ ପରିବାରକୁ ନିବେଦନ କରାଯାଇଥିଲା । କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର, ଜେନେରାଲ ଅଫିସର କମାଣ୍ଡିଂ 15 କର୍ପ ଲେଫ୍ଟନାଣ୍ଟ ଡିପି ପାଣ୍ଡେ, ଜିଓସି ଭିକ୍ଟର ଫୋର୍ସ ମେଜର ଜେନେରାଲ ରସୀମ ବାଲି ଏହି ପରିବାରମାନଙ୍କୁ ଭେଟିଥିଲେ ।

'ଆପଣଙ୍କ ପିଲାମାନଙ୍କ ପାଇଁ ଆମେ ଜୀବନ ଦେଇଦେବୁ'
ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ କହିଛନ୍ତି ଯେ ମୁଁ ଜିଓସି ଭିକ୍ଟରଙ୍କୁ କହିଥିଲି ଯେ ମୁଁ ବ୍ୟକ୍ତିଗତ ଭାବେ ଆତଙ୍କବାଦୀଙ୍କ ପରିବାରକୁ ଭେଟି ସେମାନଙ୍କ ପିଲାମାନଙ୍କୁ ଆତଙ୍କବାଦ ସଙ୍ଗଠନରୁ ଫେରାଇ ଆଣିବାକୁ ନିବେଦନ କରିବାକୁ ଚାହୁଁଛି । ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ଏହି ପରିବାରକୁ ଭେଟି କହିଛନ୍ତି, "ତୁମ ପିଲାମାନଙ୍କୁ ଚୁପଚାପ୍ ଫେରି ଆସିବାକୁ କୁହନ୍ତୁ । ମୁଁ ଜାଣେ ନାହିଁ ଆପଣ ଏହା କିପରି କରିବେ, ଏହା ଆପଣଙ୍କ ଉପରେ ନିର୍ଭର କରେ । କିନ୍ତୁ ଯଦି ଅପରେସନ୍ ସମୟରେ ଯଦି ଆପଣଙ୍କ ପିଲା ହତିଆର ଛାଡ଼ିଦିଏ ତେବେ, ତେବେ ଆମେ ନିଜେ ବୁଲେଟ୍ ଖାଇବୁ, ନିଜକୁ ଆଘାତ କରିବୁ, ନିଜେ ସହିଦ ହେବୁ, କିନ୍ତୁ ଆପଣଙ୍କ ପିଲାମାନଙ୍କୁ ବଞ୍ଚାଇବୁ । ଆଫଣମାନଙ୍କ ନିକଟରେ ଏହା ମୋର ପ୍ରତିଜ୍ଞା, ବାକି ଆପଣଙ୍କ ହାତରେ, ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ।"

ଆପଣଙ୍କୁ କହି ରଖୁଛୁ, ଏହା ପ୍ରଥମ ଥର ପାଇଁ ପୋଲିସ ଏବଂ ସେନା ଅଧିକାରୀମାନେ ଆତଙ୍କବାଦୀଙ୍କ ପରିବାର ସହ ସିଧାସଳଖ କଥା ହୋଇଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ହିଂସା ବୃଦ୍ଧି ପାଇଛି । ସୂଚନାନୁସାରେ, ଏହି ବୈଠକରେ ଅଂଶଗ୍ରହଣ କରିଥିବା ପରିବାରମାନେ ମୁଖ୍ୟତଃ ଶୋପିଆନ୍, ପୁଲୱାମା, କୁଲଗାମ ଏବଂ ଅନନ୍ତନାଗ ଜିଲ୍ଲାର ଥିଲେ । ଏହାପୂର୍ବରୁ ଫେବୃଆରୀରେ ମେଜର ଜେନେରାଲ ବାଲି ଦକ୍ଷିଣ କାଶ୍ମୀରର ପୁଲୱାମାରେ ଯୁବକମାନଙ୍କ ସହ ସିଧାସଳଖ ବୈଠକ କରିଥିଲେ । ଆତଙ୍କବାଦୀଙ୍କ ପରିବାର ସହ ଆଲୋଚନା ବେଳେ ଲେଫ୍ଟ ଜେନେରାଲ ପାଣ୍ଡେ କହିଛନ୍ତି ଯେ ଯେଉଁ ଯୁବକମାନେ ହତିଆର ଛାଡ଼ିବାକୁ ପ୍ରସ୍ତୁତ ସେନା ସେମାନଙ୍କ ସହ ଆଲୋଚନା କରିବାକି ପ୍ରସ୍ତୁତ । ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ମୁଖ୍ୟଧାରାକୁ ଆସିବାକୁ ସାହାଯ୍ୟ କରିବେ ।
ଲେଫ୍ଟ ଜେନେରାଲ ପାଣ୍ଡେ କହିଛନ୍ତି ଯେ ଆଖପାଖର ଲୋକଙ୍କର ପ୍ରଭାବ ପଡିଥାଏ ଏବଂ ବେଳେବେଳେ ସୋଶାଲ ମିଡିଆ ମଧ୍ୟ ପିଲାମାନଙ୍କୁ ଭୁଲ ପଥରେ ପ୍ରେରିତ କରିଥାଏ । ଏଭଳି ପରିସ୍ଥିତିରେ ଆମକୁ ପିଲାମାନଙ୍କୁ ବୁଝାଇବାକୁ ପଡିବ ଯେ ଏହା ଭୁଲ ରାସ୍ତା । ସେନା ଅଧିକାରୀ ପରିବାର ଲୋକଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କ ପିଲାମାନଙ୍କୁ ଆତଙ୍କ ପଥରୁ ଫେରାଇ ଆଣନ୍ତୁ, କାରଣ ଏହି ପଥ ଅନୁସରଣ କରି ଅନେକ କିଛି ହରାଇବାକୁ ପଡ଼ିବ ।

ପରିବାର ସହ କଥାବାର୍ତ୍ତା କରି ସେନା ଅଧିକାରୀ କହିଛନ୍ତି ଯେ ଯଦି ଆପଣ ଭାବୁଛନ୍ତି ଯେ ଯଦି ଆମ ପିଲାମାନେ ଆତଙ୍କବାଦର ରାସ୍ତା ଛାଡି ଫେରି ଆସନ୍ତି, ତେବେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରିବେ ଏବଂ ଆପଣ ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଏପରି ପରିସ୍ଥିତିରେ ମୁଁ ଆପଣଙ୍କୁ ନିଶ୍ଚିତ କରେ ଯେ କିଛି ସମୟ ପାଇଁ ସେମାନଙ୍କର ପିଲାମାନଙ୍କୁ ଚୁପଚାପ୍ ବାହାରକୁ ପଠାଇ ଦିଆଯିବ, ଯେଉଁଠାରେ ସେମାନେ ନିଜ ପରିବାରର ଯତ୍ନରେ ରହିବେ । ଆତଙ୍କ ପଥରୁ ଫେରି ଆସିଥିବା ଯୁବକଙ୍କୁ କିଛି ବର୍ଷ ପାଇଁ ଉପତ୍ୟକାରୁ ବାହାରକୁ ପଠାଇବୁ ବୋଲି ସେନା ପକ୍ଷରୁ ପରିବାରକୁ କୁହାଯାଇଛି ।












Click it and Unblock the Notifications