ଅରୁଣାଚଳ ପ୍ରଦେଶ : ହିମସ୍ଖଳନରେ ନିଖୋଜ ଥିବା ପାଟ୍ରୋଲିଂ ଦଳର 7 ସୈନିକ ସହିଦ, ନିଶ୍ଚିତ କଲା ସେନା
ଅରୁଣାଚଳ ପ୍ରଦେଶରେ ବରଫ ଭୁଶୁଡ଼ିବା ପରେ ଆର୍ମି ପାଟ୍ରୋଲିଂର ନିଖୋଜ ହୋଇଯାଇଥିବା ପ୍ରାୟ 7 ଜଣ ସୈନିକଙ୍କ ଖରାପ ଖବର ସାମ୍ନାକୁ ଆସିଛି । ସମସ୍ତ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ନିଶ୍ଚିତ କରିଛି ।
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ବରଫ ଭୁଶୁଡ଼ିବା ପରେ ଆର୍ମି ପାଟ୍ରୋଲିଂର ନିଖୋଜ ହୋଇଯାଇଥିବା ପ୍ରାୟ 7 ଜଣ ସୈନିକଙ୍କ ଖରାପ ଖବର ସାମ୍ନାକୁ ଆସିଛି । ସମସ୍ତ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ସେନା ନିଶ୍ଚିତ କରିଛି । ଫେବୃଆରୀ 06 ରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରର ଉଚ୍ଚତା ଅଞ୍ଚଳରେ ହିମସ୍ଖଳନ ଯୋଗୁଁ ସାତ ଜଣ ପାଟ୍ରୋଲିଂ ଟିମ୍ କର୍ମଚାରୀ ନିଖୋଜ ହୋଇଯାଇଥିଲେ, ଯେଉଁମାନଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ଭାରତୀୟ ସେନା ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରର ଉଚ୍ଚତାରେ ଫେବୃଆରୀ 6 ରେ ହିମସ୍ଖଳନର ଶିକାର ହୋଇଥିବା ସାତ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି । ସେନା କହିବାନୁସାରେ, ସୈନିକମାନଙ୍କ ମୃତ ଦେହକୁ ହିମସ୍ଖଳନ ସ୍ଥାନରୁ ବାହାର କରାଯାଇଛି ।
Seven Army personnel who were struck by avalanche in high altitude area of Kameng Sector in Arunachal Pradesh on 6 Feb have been confirmed dead, their bodies retrieved from the avalanche site: Indian Army pic.twitter.com/2SZMML8GzC
— ANI (@ANI) February 8, 2022
ରବିବାର (ଫେବୃଆରୀ 06) ରେ ଏହି ଘଟଣା ପରେ ସୈନିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଦଳ ପଠାଇଥିଲା । ଯାହା ପରେ ବର୍ତ୍ତମାନ ସେନା କହିଛି ଯେ ସମସ୍ତ ନିଖୋଜ ଯବାନଙ୍କର ମୃତ୍ୟୁ ହୋଇଛି ।












Click it and Unblock the Notifications