ରାଜସ୍ଥାନର ହନୁମାନଗଡରେ ବାୟୁସେନା ମିଗ୍ -21 ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ, 2 ମହିଳାଙ୍କ ମୃତ୍ୟୁ

ଜୟପୁର : ରାଜସ୍ଥାନରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ମିଗ -21 ବିମାନ ସୋମବାର ଦିନ ହନୁମାନଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ପାଇଲଟ୍ ନିରାପଦରେ ବାହାରକୁ ବାହାରିଆସିଥିଲେ । କିନ୍ତୁ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ବିମାନଟି ସୁରଟଗଡରୁ ଉଡ଼ାଣ ଭରିଥିଲା ।
ମିଳିଥିବା ରିପୋର୍ଟ ଅନୁସାରେ, ବିମାନଟି ଏକ ଘର ଉପରେ ଖସିପଡିବାରୁ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଏସପି ସୁଧୀର ଚୌଧୁରୀ କହିଛନ୍ତି ।
ଘଟଣାର ତୁରନ୍ତ ପରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହିତ ବାୟୁସେନା ଅଧିକାରୀମାନେ ମଧ୍ୟ ହେଲିକପ୍ଟର ଯୋଗେ ସେହି ଅଞ୍ଚଳରେ ପହଞ୍ଚିଥିଲେ । ବର୍ତ୍ତମାନ ପାଇଲଟଙ୍କୁ ଡାକ୍ତରଖାନା ନିଆଯାଇଛି ।












Click it and Unblock the Notifications