ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ ବଡ଼ ଖବର : ଲୋକଙ୍କୁ ଉଦ୍ଧାର କରିବାକୁ ସାମିଲ ହେବ ଭାରତୀୟ ବାୟୁସେନା ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗା ଅନ୍ତର୍ଗତ ଥଇଥାନ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି ।
ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର 'ମିଶନ ଗଙ୍ଗା' ଜାରି ରଖିଛନ୍ତି । ଏହି ମିଶନ ଅଧିନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 2 ହଜାର ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।

ବର୍ତ୍ତମାନ ସରକାରୀ ସୂତ୍ରରୁ ହିନ୍ଦୁସ୍ତାନ ଟାଇମ୍ସ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗା ଅନ୍ତର୍ଗତ ଥଇଥାନ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ବାୟୁସେନାକୁ କହିଛନ୍ତି ଯେ ଆପଣ ଆପଣଙ୍କର ବିମାନ C-17 ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କୁ ଭାରତ ଆଣିବାରେ ମଧ୍ୟ ସାହାଯ୍ୟ କରିବେ । IAF ର ସାମର୍ଥ୍ୟକୁ ସୁନିଶ୍ଚିତ କରିବା ସହ ଅଳ୍ପ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ । ତେବେ ଏହା ଭାରତୀୟ ବାୟୁସେନା କିମ୍ବା PMO ଦ୍ୱାରା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।
ମିଳିଥିବା ସୂଚନା ମୁତାବକ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ 5ଟି ଦେଶ ଦେଇ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ 6ଟି ବିମାନ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କୁ ସି-17 ଗ୍ଲୋବମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଅଣାଯିବ ।












Click it and Unblock the Notifications