ମାସ ଆରମ୍ଭରୁ ତିନି ସହ ତଳେ କରୋନା ସଂକ୍ରମଣ ମାମଲା, ଗତ 24 ଘଣ୍ଟାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଶୂନ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 289 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 377 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 4 ହଜାର 767 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ : କମୁଛି କରୋନା ଦୈନିକ ମାମଲା । ଏହା ସହିତ ଆଶ୍ୱସ୍ତିକର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ମାସ ଆରମ୍ଭରୁ କରୋନା ଦୈନିକ ମାମଲା ତିନି ଶହ ତଳେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 289 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 377 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 4 ହଜାର 767 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଖୁସିର ବିଷୟ ହେଉଛିୁ ଏହି ସମୟରେ କୌଣସି କରୋନାଜନିତ ମୃତ୍ୟୁ ହୋଇନାହିଁ ।

corona virus

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 72 ହଜାର 638 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 37 ହଜାର 249 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 622 ରୋଗୀ ପ୍ରାଣ ହରାଇଛନ୍ତି ।

ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ମୋଟ 219 କୋଟି 92 ଲକ୍ଷ 76 ହଜାର 276 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 66 ହଜାର 194 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+