ଆଶ୍ୱସ୍ତିଜନକ ରହିଛି କରୋନା ଦୈନିକ ମାମଲା, 150 ତଳେ କରୋନା ସଂକ୍ରମିତ ସଂଖ୍ୟା
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 112 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 178 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 490 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆଦିଲ୍ଲୀ : କରୋନା ଦୈନିକ ସଂକ୍ରମଣ ମାମଲାରେ ହୋଇଛି ଆଖିଦୃଶିଆ ହ୍ରାସ । ଗତ କିଛି ଦିନ ଧରି ଏଥିରେ କ୍ରମାଗତ ଭାବେ ହ୍ରାସ ହେଉଛି । ଏପରିକି ବର୍ତ୍ତମାନ ଏହା 150 ତଳେ ରହିଛି । ଏହା ସହିତ ଆଶ୍ୱସ୍ତିକର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 112 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 178 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 490 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଏହି ସମୟରେ 3 ଜଣ ରୋଗୀଙ୍କ କରୋନାଜନିତ ମୃତ୍ୟୁ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 76 ହଜାର 199 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 42 ହଜାର 032 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 677 ରୋଗୀ ପ୍ରାଣ ହରାଇଛନ୍ତି ।
ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ମୋଟ 220 କୋଟି 44 ହଜାର 678 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 7 ହଜାର 889 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications