ଦୁଇ ଦିନ ପରେ ପୁଣି ବଢିଲା କରୋନା ମାମଲା, ମୃତ୍ୟୁ ସଂଖ୍ୟାରେ ବୃଦ୍ଧି

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ମାମଲାରେ ବୃଦ୍ଧି ହେବା ପରେ ଗତ ଦୁଇ ଦିନ ଧରି ଏଥିରେ ହ୍ରାସ ପରିଲକ୍ଷିତ ହୋଇଥିଲା । କିନ୍ତୁ ଗତକାଲି ଏଥିରେ ପୁଣି ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ ଦୈନିକ ମାମଲା ପୁଣି 9 ହଜାର ପାର୍ ହୋଇଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 9 ହଜାର 629 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 11 ହଜାର 967 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 62 ହଜାର 293 ରେ ପହଞ୍ଚିଛି । ଏହି ସମୟରେ 29 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 16 ହଜାର 736 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 43 ଲକ୍ଷ 23 ହଜାର 045 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 398 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications