ପୁଣି ବଢୁଛି କରୋନା ଦୈନିକ ମାମଲା, ଦୁଇ ଦିନ ଧରି ଶହେ ପରେ ରହିଛି ଆକ୍ରାନ୍ତ ସଂଖ୍ୟା

ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ କ୍ରମାଗତ ଭାବେ ହ୍ରାସ ପାଇବା ପରେ ଗତ ଦୁଇ ଦିନ ହେବ ସାମାନ୍ୟ ବୃଦ୍ଧି ହୋଇଛି । ଏପରିକି ଗତ କିଛି ଦିନ କରୋନା ଦୈନିକ ମାମଲା ଶହେ ତଳେ ରହିଆସୁଥିବା ବେଳେ ବର୍ତ୍ତମାନ ଏହା ଶହେ ଅତିକ୍ରମ କରିଛି ।

corona virus

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ମାମଲାରେ କ୍ରମାଗତ ଭାବେ ହ୍ରାସ ପାଇବା ପରେ ଗତ ଦୁଇ ଦିନ ହେବ ସାମାନ୍ୟ ବୃଦ୍ଧି ହୋଇଛି । ଏପରିକି ଗତ କିଛି ଦିନ କରୋନା ଦୈନିକ ମାମଲା ଶହେ ତଳେ ରହିଆସୁଥିବା ବେଳେ ବର୍ତ୍ତମାନ ଏହା ଶହେ ଅତିକ୍ରମ କରିଛି । ଏପରିକି କରୋନାଜନିତ ମୃତ୍ୟୁ ସଂଖ୍ୟା ସାମାନ୍ୟ ବୃଦ୍ଧି ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 114 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 96 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 1797 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ ଜଣେ ଦୁଇ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 46 ଲକ୍ଷ 83 ହଜାର 862 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 51 ହଜାର 315 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 750 ରୋଗୀ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+