କରୋନା ମାମଲାରେ ଆଖିଦୃଶିଆ ହ୍ରାସ, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 8813 ରୋଗୀ

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 8 ହଜାର 813 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 15 ହଜାର 040 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ବୃଦ୍ଧି ପରିଲକ୍ଷିତ ହେବା ପରେ ଗତକାଲି ଆଖିଦୃଶିଆ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ମାମଲା 8 ହଜାରକୁ ଖସିଛି । ଏପରିକି ସକ୍ରିୟ ମାମଲା ଏକ ଲକ୍ଷ 11 ହଜାରକୁ ଖସିଛି । ଏପରିକି କରୋନାଜନିତ ମୃତ୍ୟୁରେ ସାମାନ୍ୟ ହ୍ରାସ ହୋଇଛି ।

CoronaVirus

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 8 ହଜାର 813 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 15 ହଜାର 040 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 11 ହଜାର 252 କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 29 ରେକର୍ଡ ହୋଇଛି ।

ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 42 ଲକ୍ଷ 77 ହଜାର 194 କୁ ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 36 ଲକ୍ଷ 38 ହଜାର 844 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 27 ହଜାର 098 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 208 କୋଟି 31 ଲକ୍ଷ 24 ହଜାର 694 ଡୋଜ୍ ଟିକା ଦିଆଯାଇଛି । ଗତକାଲି ମୋଟ 6 ଲକ୍ଷ 10 ହଜାର 863 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+