ଡରାଉଛି କରୋନା, ଦୈନିକ ସଂକ୍ରମଣରେ ଅହେତୁକ ବୃଦ୍ଧି
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 444 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 252 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3809 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ : ପୁଣି ଅଣାୟତ ହେବାରେ ଲାଗିଛି ଦୈନିକ କରୋନା ମାମଲା । ଗତକିଛି ଦିନ ହେବ କରୋନା ମାମଲାରେ ଅହେତୁକ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଏପରିକି ଦୈନିନିକ ମାମଲା ଚାରି ଶହ ପରେ ରହିଛି । ଆଶ୍ୱସ୍ତିଜନକ ଖବର ହେଉଛି କରୋନାଜନିତ ମୃତ୍ୟୁ ସଖ୍ୟା କମିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 444 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 252 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3809 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ ଜଣେ ମାତ୍ର କରୋନା ଆକରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 46 ଲକ୍ଷ 90 ହଜାର 936 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ଲକ୍ଷ 56 ହଜାର 345 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 782 ରୋଗୀ ପ୍ରାଣ ହରାଇଛନ୍ତି ।
କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 220 କୋଟି 64 ଲକ୍ଷ 55 ହଜାର 841 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 1 ହଜାର 287 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications