କରୋନା ମାମଲାରେ ଆଶ୍ୱସ୍ତି, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 473 ଆକ୍ରାନ୍ତ

ନୂଆଦିଲ୍ଲୀ : କିଛି ଦିନ ଧରି କରୋନା ସଂକ୍ରମଣ ମାମଲାରେ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ଦୈନିକ କରୋନା ମାମଲାରେ ହ୍ରାସ ହୋଇଛି । ଏପରିକି ମାମଲା 5 ଶହ ତଳକୁ ଖସି ଆସିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 473 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 958 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାେ ପରେ ଦେଶରେ ସକ୍ରିୟ ମାମଲା 7 ହଜାର 623 ରେ ପହଞ୍ଚିଛି । ଏହି ସମୟରେ 7 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 49 ଲକ୍ଷ 86 ହଜାର 934 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 44 ଲକ୍ଷ 47 ହଜାର 472 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 839 ରୋଗୀ ପ୍ରାଣ ହରାଇଛନ୍ତି ।












Click it and Unblock the Notifications