କରୋନା ଦୈନିକ ମାମଲାରେ ହ୍ରାସ, ଗତ 24 ଘଣ୍ଟାରେ 114 ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 114 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 144 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2 ହଜାର 119 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ: କରୋନା ଦୈନିକ ସଂକ୍ରମଣ ମାମଲାରେ ଗତ କିଛି ଦିନ ଧରି ବୃଦ୍ଧି ହେବା ପରେ ବର୍ତ୍ତମାନ ଏଥିରେ ହ୍ରାସ ହୋଇଛି । ଗତ କିଛି ଦିନ ଧରି ଏଥିରେ କ୍ରମାଗତ ଭାବେ ବୃଦ୍ଧି ହେଉଥିଲା । କିନ୍ତୁ ଗତ ଦୁଇ ଦିନ ଧରି ଏଥିରେ ହ୍ରାସ ହେଉଛି । ଆଶ୍ୱସ୍ତିକର ଖବର ହେଉଛି ଗତକାଲି କୌଣସି କରୋନାଜନିତ ମୃତ୍ୟୁ ହୋଇନାହିଁ ।

corona virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 114 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 144 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2 ହଜାର 119 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ କୌଣସି ରୋଗୀ କରୋନା କାଣରୁ ପ୍ରାଣ ହରାଇନାହାଁନ୍ତି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 81 ହଜାର 154 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 48 ହଜାର 309 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 726 ରୋଗୀ ପ୍ରାଣ ହରାଇଛନ୍ତି ।

କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 220 କୋଟି 17 ଲକ୍ଷ 06 ହଜାର 017 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 3 ହଜାର 948 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+