ସାମାନ୍ୟ କମିଲା ଦୈନିକ କରୋନା ମାମଲା, 67 ହଜାର ପରେ ସକ୍ରିୟ ମାମଲା

ନୂଆଦିଲ୍ଲୀ : ଅଣାୟତ ହେଉଛି କରୋନା ମାମଲା । ଗତ କିଛି ଦିନ ହେବ ଦେଶରେ ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି । ଏଥି ମଧ୍ୟରେ ଗତକାଲି ଦୈନିକ ମାମଲାରେ ସାମାନ୍ୟ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ଦୈନିକ ମାମଲା 10 ହଜାରକୁ ଖସିଛି । କିନ୍ତୁ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହୋଇନାହିଁ ।

corona virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 10 ହଜାର 105 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 9 ହଜାର 833 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା 66 ହଜାର 806 ରେ ପହଞ୍ଚିଛି । ଏହି ସମୟରେ 22 ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ 4 କୋଟି 48 ଲକ୍ଷ 91 ହଜାର 989 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 42 ଲକ୍ଷ 92 ହଜାର 854 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 31 ହଜାର 329 ରୋଗୀ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+