କରୋନା ସଂକ୍ରମଣରେ ଆଶ୍ୱସ୍ତି, କମିଲା ଦୈନିକ ସଂକ୍ରମଣ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 121 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 172 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2 ହଜାର 319 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ନୂଆଦିଲ୍ଲୀ: କରୋନା ଦୈନିକ ସଂକ୍ରମଣ ମାମଲାରେ ଗତ କିଛି ଦିନ ଧରି ବୃଦ୍ଧି ହେବା ପରେ ବର୍ତ୍ତମାନ ଏଥିରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ଗତ କିଛି ଦିନ ହେବ କରୋନା ଦୈନିକ ମାମଲା ସ୍ଥିର ରହିଥିବା ବେଳେ ଗତକାଲି ଏଥିରେ ହ୍ରାସ ହୋଇଛି । ଏହା ବ୍ୟତୀତ ସହିତ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି, ଯାହାକି ଆଶ୍ୱସ୍ତିଜନକ ରହିଛି ।

corona virus

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 121 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 172 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 2 ହଜାର 319 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ ଜଣେ ରୋଗୀ କରୋନା କାଣରୁ ପ୍ରାଣ ହରାଇଛନ୍ତି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 80 ହଜାର 215 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 47 ହଜାର 174 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 722 ରୋଗୀ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+